ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଫାଇଭ୍ ଟି ଲାଗୁ ପରେ ବି ସୁଧାର ନାହିଁ, ମୃତ୍ୟୁହାର ଯଥା ପୂର୍ବଂ ତଥା ପରଂ

ଅସ୍ଥିସଲ୍ୟରେ ୬ ମାସରେ ହୋଇଛି ୭ ସର୍ଜରି

ଚିକିତ୍ସା ପାଇଁ ଧାଡ଼ିରେ ଛିଡ଼ା ହୋଇ ଟଳିପଡ଼ିଲେ ରୋଗୀ

image source-facebook

ବଲାଙ୍ଗୀର: ଉତ୍ତମ ସ୍ୱାସ୍ଥ୍ୟସେବା ପାଇଁ ଫାଇଭ୍ ଟି ସାରା ରାଜ୍ୟରେ ଲାଗୁ ହେଲା । ଫାଇଭ ଟି ଲାଗୁ ହେବା ପରେ ବଲାଙ୍ଗୀରର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାର ଅବସ୍ଥାରେ ସୁଧାର ଆସିବ ବୋଲି ଆଶା କରାଯାଉଥିଲା । ରୋଗୀମାନଙ୍କର ଯେଉଁସବୁ ସମସ୍ୟା ଥିଲା, ତାହା ଏଣିକି ହାତପାଆନ୍ତାରେ ଏଠି ପାଇବାକୁ ଆଶା କରାଯାଉଥିଲା, କିନ୍ତୁ ଡାକ୍ତରଖାନାର ଅବସ୍ଥା ଯଥା ପୂର୍ବଂ, ତଥା ପରଂ ବୋଲି ଅଭିଯୋଗ ଉଠିଛି । ଆରଟିଆଇ ତଥ୍ୟରେ ଲକଡାଉନ ପରଠୁ ଅଗଷ୍ଟ ପର୍ଯ୍ୟନ୍ତ ୬ ମାସରେ ଡାକ୍ତରଖାନାରେ ମାତ୍ର ୭ଟି ଅସ୍ଥିସଲ୍ୟ ଓ ସାଧାରଣ ସର୍ଜରି ହୋଇଥିବା ସୂଚନା ଦିଆଯାଇଛି । ଏପରିକି ଫାଇଭ୍ ଟି ଲାଗୁ ହେବା ପୂର୍ବର ମୃତ୍ୟୁ ହାର ଓ ତା’ର ପରବର୍ତ୍ତୀ ସମୟର ମୃତ୍ୟୁ ହାର ତଥ୍ୟକୁ ଅନୁଧ୍ୟାନ କଲେ ସ୍ଥିତି ପ୍ରାୟ ସମାନ ରହିଛି।

ସୂଚନା ଅଧିକାର ଆଇନ ଅନୁଯାୟୀ ଡାକ୍ତରଖାନା ଅଧୀକ୍ଷକଙ୍କ କାର୍ଯ୍ୟାଳୟ ତରଫରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ଫାଇଭ୍ ଟି ଲାଗୁ ହେବା ପୂର୍ବ ୫ ମାସ ଯଥା-୨୦୧୯ ମସିହା ଏପ୍ରିଲରେ ୬୯, ମଇରେ ୧୫୦, ଜୁନରେ ୮୦, ଜୁଲାଇରେ ୬୩, ଅଗଷ୍ଟରେ ୧୧୫ ମୃତ୍ୟୁ ସଂଖ୍ୟା ତଥା ମୃତ୍ୟୁ ହାର ରହିଛି। ସେହିପରି ୫ଟି ଲାଗୁ ହେବା ପରବର୍ତ୍ତୀ ସମୟରେ ୨୦୨୦ ମସିହା ଏପ୍ରିଲ ମାସରେ ୬୮, ମଇରେ ୭୫, ଜୁନରେ ୭୮, ଜୁଲାଇରେ ୧୦୨, ଅଗଷ୍ଟରେ ୧୧୭ ମୃତ୍ୟୁ ସଂଖ୍ୟା ତଥା ମୃତ୍ୟୁ ହାର ରହିଥିବା ସୂଚନା ଦିଆଯାଇଛି । ଏହାସହ ୨୨ ମାର୍ଚ୍ଚ ଲକଡାଉନ ପରଠାରୁ ଅସ୍ଥିସଲ୍ୟ ଓ ସାଧାରଣ ସର୍ଜରି ୭ଟି ହୋଇଛି । ଏହି ସର୍ଜରି ୫ ଜଣ ଡାକ୍ତର ସଂପାଦନ କରିଥିବା ତଥ୍ୟ ଦିଆଯାଇଛି।

ଜିଲ୍ଲାରେ ମେଡିକାଲ କଲେଜ ଡାକ୍ତରଖାନା ଥିବା ସତ୍ତ୍ବେ ଠିକ୍ ଚିକିତ୍ସା ସୁବିଧା ପାଉନଥିବା ବିଭିନ୍ନ ମହଲରେ ଅଭିଯୋଗ ହେଉଛି । ଏପରିକି ବହୁ ରୋଗୀ ବୁର୍ଲା ବଡ଼ ଡାକ୍ତରଖାନା, ଭୁବନେଶ୍ୱରର ଡାକ୍ତରଖାନାମାନଙ୍କରେ ନିର୍ଭର କରୁଛନ୍ତି। ବର୍ତ୍ତମାନ କରୋନା କାଳରେ ବି ବହୁ କରୋନା ରୋଗୀ ପଡ଼ୋଶୀ ରାଜ୍ୟ ଛତିଶଗଡ଼କୁ ଚାଲିଯାଉଛନ୍ତି ।

ସୂଚନା ଅଧିକାର କର୍ମୀ ଶମ୍ଭୁ ପ୍ରସାଦ ଶତପଥୀ କହିଛନ୍ତି, ଅସ୍ଥିସଲ୍ୟ ସର୍ଜରି ୬ ମାସରେ ମାତ୍ର ୭ଟି ହେବା ତଥ୍ୟ ଲୋକଙ୍କୁ ନିରାଶ କରୁଛି । ଏଠାରେ କାହିଁକି ସବୁ ସୁବିଧା ଥାଇ ସର୍ଜରି ହୋଇପାରୁନି ତାହାପ୍ରତି ଡାକ୍ତରଖାନା କର୍ତ୍ତୃପକ୍ଷ ଦୃଷ୍ଟି ଦିଅନ୍ତୁ ବୋଲି ସେ କହିଛନ୍ତି। ଏ ନେଇ ଡାକ୍ତରଖାନା ଅଧୀକ୍ଷକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe