ବଲାଙ୍ଗୀର: ରବିବାର ସକାଳ ପ୍ରାୟ ୧୦ଟା ବେଳେ ସଦର ଥାନା ଅନ୍ତର୍ଗତ ତୁଷରାବାହାଲ ଗାଁ ରାସ୍ତାରେ ଦୁଇଟି ବାଇକ୍ ମଧ୍ୟରେ ଧକ୍କା ଲାଗିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେବା ସହ ଜଣେ ଆହତ ହୋଇଛନ୍ତି।
ମୃତ ବ୍ୟକ୍ତି ଜଣକ ହେଲେ ଶିବତଲା ଗାଁ’ର ୪୦ ବର୍ଷିୟ ପର୍ଶୁରାମ ମେହେର। ତାଙ୍କ ବାଇକ୍ ପଛରେ ବସି ଯାଉଥିବା ୪୮ ବର୍ଷିୟ ସୁଦର୍ଶନ କମ୍ପଙ୍କ ମୁଣ୍ଡରେ ଆଘାତ ଲାଗିଛି। ଉଭୟ ମୋଟର୍ ସାଇକେଲ୍ରେ ଗାଁ ଭିତର ଦେଇ ଯାଉଥିବା ବେଳେ ସେମାନଙ୍କ ସାମ୍ନାରେ ଯାଉଥିବା ଅନ୍ୟ ଏକ ବାଇକ୍ ପଛରେ ଧକ୍କା ଦେଇଥିଲେ। ନାମ ଜଣା ନ ଥିବା ସେ ବାଇକ୍ ଚାଳକଙ୍କର କିନ୍ତୁ କୌଣସି କ୍ଷତି ହୋଇ ନାହିଁ।
୧୦୮ ଆମ୍ବୁଲାନ୍ସ୍ ଡକାଇ ଚିକିତ୍ସା ପାଇଁ ତାଙ୍କୁ ବଲାଙ୍ଗୀର ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଛି। ବ୍ୟବଚ୍ଛେଦ ପାଇଁ ପର୍ଶୁରାମଙ୍କ ଶବ ମଧ୍ୟ ସେଠାକୁ ନିଆ ଯାଇଛି।
ସଦର ଥାନା ପୁଲିସ ଦୁର୍ଘଟଣା ଘଟାଇଥିବା ଦୁଇ ବାଇକ୍କୁ ଜବତ କରିବା ସହ ଘଟନାର ତଦନ୍ତ କରୁଛି।
Follow Us