ବୋଲେରୋ ଓ ବାଇକ ଧକ୍କା, ବାଇକ ଆରୋହୀ ମୃତ

Advertisment
ବର୍ଷକରେ ସଡ଼କ ଦୁର୍ଘଟଣାରେ ମ‌ରିଛନ୍ତି ୪୭୩୮ଜଣ

Sambad English

ଦେବଗଡ଼ : ଦେବଗଡ଼ ଥାନା ଅନ୍ତର୍ଗତ କୁରଡ଼ ଗ୍ରାମ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ ଗୁରୁବାର ସନ୍ଧ୍ୟାରେ ଏକ ବୋଲେରୋ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ କୁରଡ଼ ଗ୍ରାମର ବାଲିପସି ସାହି ଛକ ପଟୁ ଏକ ବାଇକ୍‌ ଆରୋହୀ ତିଲେଇବଣି ଅଭିମୁଖେ ଯାଉଥିବାବେଳେ ସମ୍ମୁଖ ପଟୁ ଆସୁଥିବା ଏକ ବୋଲେରୋ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ୍‌ ଆରୋହୀଙ୍କ  ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ବୋଲେରୋ ଚାଳକ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଯୁବକମାନେ ତାକୁ ଅଟକ ରଖି ପୁଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ଦେବଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଦୁର୍ଘଟଣା ଗସ୍ତ ଦୁଇ ଗାଡିକୁ ମଧ୍ୟ ଜବତ କରିଥିବା ଜଣାପଡିଛି। ଖବରଲେଖା ହେବା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe