ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଘାଟବାଲିଯୋଡ଼ି ଗ୍ରାମ ନିକଟରେ ଏକ ବୋଲେରୋ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା କୂଅ ଭିତରେ ଖସିପଡ଼ିଛି। ଦୁର୍ଘଟଣାରେ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବୋଲେରୋଟି ଘାଟବାଲିଯୋଡ଼ି ଗ୍ରାମରୁ ଢେଙ୍କିକୋଟ ଅଭିମୁଖେ ଯାଉଥିଲା। ରାସ୍ତା ଉପରକୁ ଏକ କୁକୁର ଚାଲିଆସିବାରୁ ଗାଡ଼ିଟି ଭାରସାମ୍ୟ ହରାଇ କୂଅ ଭିତରକୁ ଖସି ପଡ଼ିଥିଲା। ସ୍ଥାନୀୟ ଲୋକେ କୂଅରୁ ଚାଳକଙ୍କୁ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ଦମକଳ ବାହିନୀ ଓ ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ବାହାର କରିଥିଲେ।
କୂଅରେ ଖସିପଡ଼ିଲା ବୋଲେରୋ
Advertisment
Follow Us