ଗଞ୍ଜେଇ ବୋଝେଇ ବୋଲେରୋ ଜବତ: ୩ ଗିରଫ

Advertisment
ତୀରମାଡ଼ ଘଟଣାରେ ଅଭିଯୁକ୍ତ ଗିରଫ

Times of India

ରାଉରକେଲା : ରାଉରକେଲାରୁ ଅନ୍ୟ ରାଜ୍ୟକୁ ଚାଲାଣ ହେଉଥିବା ଗଞ୍ଜେଇ ବୋଝେଇ ବୋଲେରୋକୁ ଜବତ କରିଛି ପ୍ଲାଣ୍ଟସାଇଟ୍‌ ପୁଲିସ। ବେଲେରୋରୁ ୪୦ କେଜିରୁ ଅଧିକ ଗଞ୍ଜେଇ ଜବତ ହୋଇଛି। ବେଆଇନ ଚୋରା କାରବାର ଘଟଣାରେ ପୁଲିସ ବିକାଶ ତିୱାରୀ, ରାଜବୀର ରାମ ଓ ଗୌରବ ଚାନ୍ଦକୁ ଗିରଫ କରିଛି।

ଆଜି ସଂଧ୍ୟାରେ ଗିରଫ ତିନି ଅଭିଯୁକ୍ତ ବୋଲେରୋ (ଓଡି୧୪ଜି-୯୨୨୦)ରେ ୪୦ କେଜିରୁ ଅଧିକ ଚୋରା ଗଞ୍ଜେଇ ବୋଝେଇ କରି ବାହାରକୁ ଚାଲାଣ କରୁଥିଲେ। ସୂଚନା ପାଇ ପୁଲିସ ସେକ୍ଟର-୨୧ ଦିପ୍ତୀ ‌ହୋଟେଲ ନିକଟରେ ଗାଡ଼ି ଯାଞ୍ଚକୁ କଡାକଡ଼ି କରିଥିଲେ। ଗାଡି ଯାଞ୍ଚ ଚାଲୁଥିବା ଦେଖି ଅଭିଯୁକ୍ତମାନେ ବୋଲେରୋକୁ ଅନ୍ୟ ଆଡେ ନେବାକୁ ଚେଷ୍ଟା କରୁଥିଲେ। ପୁଲିସ ପିଛା କରି ଦେବାକୁ କାବୁ କରିଥିଲା। ଗଞ୍ଜେଇ କେଉଁଠୁ ଆସୁଥିଲା ? ରାଉର‌କେଲାରୁ କେଉଁଠିକୁ ଚାଲାଣ ହେଉଥିଲା? ଚୋରା କାରବାର ରାକେଟ୍‌ରେ କେଉଁମାନେ ଅଛନ୍ତି ? ପୁଲିସ ତା’ର ଖୋଳତାଡ କରୁଛନ୍ତି। ରାକେଟ୍‌ର ଅନ୍ୟମାନଙ୍କୁ ଧରିବାକୁ ପୁଲିସ ଗିରଫ ତିନି ଜଣଙ୍କୁ ପଚରାଉଚୁରା କରୁଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe