ଭୁବନେଶ୍ୱର: ବାତ୍ୟା ‘ଫନି’ରେ ଓଡ଼ିଶା ଛାରଖାର ହୋଇ ଯାଇଥିବା ବେଳେ ଓଡ଼ିଶାକୁ ପୁଣି ଥରେ ସୁନ୍ଦର କରି ଗଢ଼ି ତୋଳିବା ସଂକଳ୍ପରେ ବଲିଉଡ୍ ବି ସାମିଲ୍ ହୋଇଛି। ଜାତୀୟ ଚ୍ୟାନେଲ୍ ସୋନି ଟିଭିରେ ବଲିଉଡ୍ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅନୁରାଗ ବାସୁ ଓ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓଡ଼ିଶାର ସହାୟତା ଉଦେଶ୍ୟରେ ହାତ ବଢ଼ାଇବା ପାଇଁ ଲୋକଙ୍କୁ କହୁଥିବାର ବିଜ୍ଞାପନ ଦେଖିବାକୁ ମିଳିଛି।
‘ତୋଫାନ ଯେତେ ବି ବଡ଼ ହେଉ, ସବୁ ତୋଫାନ ସହ ଲଢ଼ିବା ଆମେ। ନା ଏକା କେବେ ଛାଡ଼ିଥିଲୁ ନା ଏକା କେବେ ଛାଡ଼ିବୁ ଆମେ। ଯେଉଁ ଘର ଉଜୁଡି ଯାଇଛି ତାହାକୁ ପୁଣି ଥରେ ସଜାଡ଼ିବୁ ଆମେ। ସବୁ କ୍ଷତରେ ମଲମ ଲଗାଇବୁ ଆମେ। ଆସନ୍ତୁ, ବଢ଼ାନ୍ତୁ ସାହାଯ୍ୟର ହାତ। ଓଡ଼ିଶାକୁ ନିଜର ସାଥ୍ ଦିଅନ୍ତୁ। ଆପଣ ନିଜର ଯୋଗଦାନ ମୁଖ୍ୟମନ୍ତ୍ରୀ ରିଲିଫ୍ ଫାଣ୍ଠିରେ http://cmrfodisha.gov.in/ ଜରିଆରେ ଦେଇପାରିବେ।’ ବୋଲି ଅନୁରାଗ ଓ ଶିଳ୍ପା କହୁଥିବାର ଦେଖିବାକୁ ମିଳିଛି।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ବଲିଉଡ୍ ଷ୍ଟାର୍ ଅକ୍ଷୟ କୁମାର ଓଡ଼ିଶାକୁ ୧ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରି ସାରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2019/05/12.jpg)