ଗୀତ ଗାଉ ଗାଉ ଅନ୍ତର୍ଦ୍ଧାନ ହୋଇଗଲେ ଜୁବିନ୍‌

Advertisment

ଉତ୍ସବରେ କୋଭିଡ୍‌ କଟକଣାକୁ ବେଖାତିର, ମଞ୍ଚ ଉପରକୁ ଉଠିଆସିଲେ ପୁଲିସ

ଉତ୍ସବରେ କୋଭିଡ୍‌ କଟକଣାକୁ ବେଖାତିର, ମଞ୍ଚ ଉପରକୁ ଉଠିଆସିଲେ ପୁଲିସ

ଗୀତ ଗାଉ ଗାଉ ଅନ୍ତର୍ଦ୍ଧାନ ହୋଇଗଲେ ଜୁବିନ୍‌

Pinterest

ବାଲେଶ୍ବର : ବାଲେଶ୍ବର ଆସିଥିଲେ ବଲିଉଡ୍‌ର ଷ୍ଟାର ସିଙ୍ଗର୍‌ ଜୁବିନ୍‌ ନୌଟିଆଲ। ଏହି ଖବର ଶୁଣିବା ପରଠୁ ଯୁବପିଢ଼ିଙ୍କ ଭିତରେ ଖେଳି ଯାଇଥିଲା ଉନ୍ମାଦନା। ଜୁବିନ୍‌ଙ୍କ ମ୍ୟୁଜିକାଲ୍‌ ନାଇଟ୍‌କୁ ଉପଭୋଗ କରିବା ପାଇଁ ସବୁ ଯେମିତି ଚାତକ ପରି ଚାହିଁ ବସିଥିଲେ। ସେପଟେ ଅପେକ୍ଷାର ଅନ୍ତ ଘଟାଇ ଜୁବିନ୍‌ ବି ନିର୍ଦ୍ଧାରିତ ସମୟରେ ମଞ୍ଚ ଉପ‌ରକୁ ଆସି‌ଲେ। ହେଲେ ତାଙ୍କ କଣ୍ଠରୁ ଗୀତ ବାହାରୁ ବାହାରୁ ମଞ୍ଚ ଉପରକୁ ଉଠି ଆସିଲେ ପୁଲିସ ଫୋର୍ସ। ତେଣୁ ଗୀତ ଗାଇ ନ ପାରି ଜୁବନ୍‌ ଫେରି ଯାଇଥିଲେ। ଗତ ଶୁକ୍ରବାର ରାତିରେ ବାଲେଶ୍ବର ଚାନ୍ଦିପୁରଠାରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜର ବାର୍ଷିକ ଉତ୍ସବରେ ଜୁବିନ୍‌ଙ୍କ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍‌ ହେବା ସହ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

ଶୁକ୍ରବାର ଚାନ୍ଦିପୁରସ୍ଥିତ ସତ୍ୟସାଇ ଇଞ୍ଜିନିୟରିଂ କଲେଜ ପରିସରରେ ସତ୍ୟସାଇ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁସନ୍ସର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମର ଥିଲା ଉଦ୍‌ଯାପନୀ ସନ୍ଧ୍ୟା। ଏହି ଉତ୍ସବରେ ବଲିଉଡ୍‌ ଷ୍ଟାର୍‌ ସିଙ୍ଗର ଜୁବିନ୍‌ ନୌଟିଆଲଙ୍କ ମ୍ୟୁଜିକାଲ ନାଇଟ୍‌ ଥିଲା। ରାତି ପ୍ରାୟ ୧୧ଟା ବେଳେ ଜୁବିନ୍‌ ଗୀତ ଗାଇବାକୁ ଆରମ୍ଭ କରିବା କ୍ଷଣି ହାତରେ ଲାଠି ଧରି ମଞ୍ଚ ଉପରକୁ ଦଳ ଦଳ ହୋଇ ପୁଲିସ ଫୋର୍ସ ଉଠିଆସିଥିଲେ। ତୁରନ୍ତ କାର୍ଯ୍ୟକ୍ରମ ବନ୍ଦ ରଖିବାକୁ କହିବା ପରେ ଜୁବିନ୍‌ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲେ। କୋଭିଡ୍‌ ନିୟମର ଉଲ୍ଲଂଘନ ହେଉଥିବା ଦର୍ଶାଇ କେହି ଜଣେ ତାଙ୍କୁ ସତର୍କ କରାଇ ଦେବା ପରେ ତୁରନ୍ତ ମଞ୍ଚ ପଛପଟକୁ ଦୌଡ଼ି ପଳାଇଥିଲେ ଜୁବିନ୍। କାର୍ଯ୍ୟକ୍ରମର ଆୟୋଜକ ତଥା ସତ୍ୟସାଇ ଗ୍ରୁପ୍‌ ଅଫ୍‌ ଇନଷ୍ଟିଚ୍ୟୁସନ୍ସର ନିର୍ଦ୍ଦେଶକ ବେଣୁମାଧବ ପଣ୍ଡା ନିଜ ପ୍ରତିକ୍ରିୟା ରଖି କହିଛନ୍ତି, କାର୍ଯ୍ୟକ୍ରମ ପାଇଁ ପ୍ରଶାସନଠାରୁ ଅନୁମତି ନିଆଯାଇଥିବାବେଳେ କୋଭିଡ୍‌ ଗାଇଡ୍‌ଲାଇନକୁ ମାନିଥିଲୁ। ହେଲେ ଜୁବିନ୍‌ଙ୍କ ଆସିବା ବହୁ ବିଳମ୍ବ ହୋଇଥିଲା। ତେଣୁ ପୁଲିସ କହିବା ପରେ ମ୍ୟୁଜିକାଲ୍‌ ନାଇଟ୍‌କୁ ବନ୍ଦ କରି ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe