ବୋଲେରୋରେ ଚୋରା କାଠ ଚାଲାଣ ବେଳେ ପଛରୁ ଗୋଡାଇ ଧରିଲା ବନ ବିଭାଗ

Advertisment
ବୋଲେରୋରେ ଚୋରା କାଠ ଚାଲାଣ ବେଳେ ପଛରୁ ଗୋଡାଇ ଧରିଲା ବନ ବିଭାଗ
ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା କୁଳିପୋଷି ଠାରୁ ଚୋରାରେ ଚାଲାଣ ହେଉଥିବା ଏକ ଚୋରା କାଠ ବୋଝେଇ ଗାଡିକୁ ଆଜି ଯଶିପୁର ବ୍ଲକ ଜାମୁକେଶର ନିକଟ ମାଛକାନ୍ଦଣା ଘଟି ରାସ୍ତାରେ ଜବତ କରିବାକୁ ସକ୍ଷମ ହୋଇଛି ବନ ବିଭାଗ। ଆଜି ସନ୍ଧ୍ୟା ୫ଟା ବେଳେ ଏହି ଗାଡିକୁ ଧରି ଛନ୍ତି କରଞ୍ଜିଆ ଓ ଦୁଧିଆଣି ରେଞ୍ଜର ଦୁଇ ରେଞ୍ଜ ଅଧିକାରୀ ଓ  ମିଳିତ ଷ୍ଟାଫ୍। ଘଟଣାରେ ସମ୍ପୃକ୍ତ ଚୋରା ଚାଲାଣକାରୀକୁ ମଧ୍ଯ ଗିରଫ୍ କରାଯାଇଥିବା ଜଣାପଡିଛି।
ବୋଲେରୋ (ଓଆର ୦୫ ୱାଇ ୪୨୬୧) ଯୋଗେ ଯଶିପୁର ପଟକୁ ଆସୁଥିବା ଖବର ସଂଗ୍ରହ କରି କରଞ୍ଜିଆ ରେଞ୍ଜ ଅଧିକାରୀ ପ୍ରବୀର ମୁର୍ମୁ ଏବଂ ଦୁଧିଆଣି ରେଞ୍ଜ ଅଧିକାରୀ ପ୍ରଦୀପ ପୃଷ୍ଟିଙ୍କ ନେତୃତ୍ବରେ  ବନ ବିଭାଗ ଟିମ୍ ପିଛା କରିଥିଲେ। ଗାଡି ବିଭିନ୍ନ ବାଟ ଦେଇ ଖସି ବାକୁ ଚେଷ୍ଟା କରି ଶେଷରେ ରାଇରଙ୍ଗପୁର ଆଡକୁ ଦ୍ରୁତ ଗତିରେ ପଳାଇବାକୁ ଉଦ୍ୟମ କରିଥିଲl ବେଳେଜାମୁକେଶର ନିକଟସ୍ଥ ଘାଟି ରାସ୍ତାରେ ଦୁଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ଅବରୋଧ ହୋଇ ଯାଇଥିଲା। ଘଟଣାସ୍ଥଳରେ ପହଞ୍ଚି ଗାଡି  ଭିତରୁ ୯୫ ଖଣ୍ଡ ଶାଳ, ଶାଗୁଆନ୍ ଓ ଗମ୍ଭାରୀ କାଠ ଖଣ୍ଡ ଭର୍ତି ହୋଇଥିବା ଜଣାପଡିଥିଲା। ବନ ବିଭାଗ କର୍ମଚାରୀ ଗାଡିକୁ ଜବତ କରିବା ସହ ସମ୍ପୃକ୍ତ ଚାଲାଣ କାରୀ ଶେଖ୍ କାସିମକୁ ଗିରଫକରିଥିଲେ।  ସମ୍ପୃକ୍ତ ଗିରଫ୍ ବ୍ୟକ୍ତିର ଘର ଟେଣ୍ଟପୋଷି ବୋଲି ଜଣା ପଡିଛି। ଜବତ କାଠର ମୂଲ୍ୟ ୫୦ ହଜାର ଟଙ୍କା ହେବ ବୋଲି ସୂଚନା ମିଳିଛି। ଏହି ଧର ପଗଡରେ ବନ କର୍ମଚାରୀ ପ୍ରତାପ ହାଇବୃ, ବିଜଯ ମହାନ୍ତ ପ୍ରମୂଖ ସାମିଲ ଥିଲେ ବୋଲି ଜଣା ପଡିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe