ନିଆଁ ଲିଭାଇବାକୁ ଯାଉଥିବା ବୋଲେରୋ ଓଲଟିଲା; ଡ୍ରାଇଭର ଆହତ, ବନ ବିଭାଗର ୨ କର୍ମଚାରୀ ଗୁରୁତର

Advertisment
ନିଆଁ ଲିଭାଇବାକୁ ଯାଉଥିବା ବୋଲେରୋ ଓଲଟିଲା; ଡ୍ରାଇଭର ଆହତ, ବନ ବିଭାଗର ୨ କର୍ମଚାରୀ ଗୁରୁତର

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡର ଟିକାୟତପାଲି ଥାନା ଅନ୍ତର୍ଗତ ସରସରା ଘାଟି ନିକଟରେ ଏକ ବୋଲେରୋ ଗାଡ଼ି ଓଲଟି ଡ୍ରାଇଭର ସହିତ ଫରେଷ୍ଟର ଓ ଫରେଷ୍ଟଗାର୍ଡ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ଜଙ୍ଗଲରେ ନିଆଁ ଲାଗିଥିବା ଖବର ପାଇ ଏକ ବୋଲେରୋ ଗାଡ଼ି ଧରି ସରସରା  ସେକ୍ସନର ଫରେଷ୍ଟର ତାଙ୍କ ଟିମ ସହିତ ଯାଉଥିଲେ। ସରସରା ଘାଟି ନିକଟରେ ବୋଲେରୋ ଗାଡ଼ିରେ ବସିଥିବା ଫରେଷ୍ଟର କୃଷ୍ଣ ସାହୁ ଓ ଫରେଷ୍ଟଗାର୍ଡ ଆରତୀ ନାଏକ ଥିଲେ। ତେବେ ଗାଡିଟି ହଠାତ୍ ଭାରସାମ୍ୟ ହରାଇ ସରସରା ଘାଟି ନିକଟରେ ରାସ୍ତା ଉପରେ ଓଲଟି ପଡିଥିଲା। ଫଳରେ ଡ୍ରାଇଭର ହେମେନ୍ଦ୍ର ସାହୁ ଆହତ ହୋଇଥିବା ବେଳେ ଫରେଷ୍ଟର ଓ ଫରେଷ୍ଟଗାର୍ଡ ଗୁରୁତର ଭାବେ ଆହତ ହୋଇଥିଲେ।

publive-image

ଖବର ପାଇ ବନ ବିଭାଗର ରେଞ୍ଜର ପ୍ରଶାନ୍ତ କୁମାର ସାହୁ ଓ ତାଙ୍କର ସହ କର୍ମୀ ଘଟଣାସ୍ଥଳରେ ପହଞ୍ଚି ତାକୁ ଉଦ୍ଧାର କରି ବଣାଇଁ ଉପଖଣ୍ଡର ଚିକିତ୍ସାଳୟକୁ ଆଣି ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ପ୍ରଥମିକ ଚିକିତ୍ସା ପରେ ସେମାନଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଯାଇ ଥିବା ଜଣାପଡ଼ିଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe