ଦାଦାବଟି ପାଇଁ ଧମକ ପରେ ବୋମାମାଡ଼

Advertisment
ଗଂଜାମରେ ହୋଟେଲ ଉପରେ ବୋମାମାଡ଼, ଜଣେ କର୍ମଚାରୀ ଆହତ

www.indiatoday.in

ବୁଗୁଡ଼ା : ଦାଦାବଟି ପାଇଁ ପୋଷାକ ଦୋକାନର ମାଲିକଙ୍କୁ ଧମକ ପରେ ବୋମାମାଡ଼। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହର ମେଡିକାଲ୍ ଛକରେ ଗତକାଲି ରାତି ସାଢ଼େ ୧୧ଟାରେ ଏଭଳି ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସୂଚନା ଅନୁସାରେ, ୮ ଦିନ ତ‌ଳେ ମେଡିକାଲ ଛକରେ ଥିବା ଓଁ ଶ୍ରୀ ଡ୍ରେସ୍ ଦୋକାନର ମାଲିକ ଦିଲେଶ୍ବର ପାତ୍ରଙ୍କ ମୋବାଇଲ୍‌କୁ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା। ଦୁର୍ବୃତ୍ତଜଣକ ତାଙ୍କୁ ୧୦ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲା। ଏହାପରେ ଗତକାଲି ରାତି ପ୍ରାୟ ସାଢ଼େ ୧୧ଟାରେ ତାଙ୍କ ଦୋକାନକୁ ଲକ୍ଷ୍ୟ କରି ଏକ ବାଇକ୍‌ରେ ଆସିଥିବା କିଛି ଦୁର୍ବୃ୍ତ୍ତ ବୋମାମାଡ଼ କରିଥିଲେ। କିନ୍ତୁ ଭୁଲ୍‌ବଶତଃ ପଡ଼ୋଶୀ ଔଷଧ ଦୋକାନ ନିକଟରେ ବୋମା ପଡ଼ି ଫୁଟିଥିଲା। ଏଥିରେ ଉକ୍ତ ଦୋକାନର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ପୁଲିସ ଆଜି ସକାଳେ ପହଞ୍ଚି ଛାନଭିନ୍ କରିଥିଲା। ସିସି କ୍ୟା‌ମେରାରେ ଦୁର୍ବୃତ୍ତଙ୍କ ଏହି କାରନାମା ଜଣାପଡ଼ିଥିବା ବେଳେ ପୁଲିସ ଏହାକୁ ତଦନ୍ତ ପରିସରଭୁକ୍ତ କରିଛି। କିନ୍ତୁ ଏଯାଏ ଥାନାରେ ମାମଲା ରୁଜୁ ହୋଇନାହିଁ। ସେହିପରି ଯେଉଁ ନମ୍ବରରୁ ଦୋକାନୀଙ୍କ ପାଖକୁ କଲ୍ ଆସିଛି ତାକୁ ମଧ୍ୟ ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe