ପୁରୀରେ ବୋମାମାଡ଼: ମହିଳା, ସ୍ବାମୀ ଗୁରୁତର

Advertisment
ପୁରୀରେ ବୋମାମାଡ଼: ମହିଳା, ସ୍ବାମୀ ଗୁରୁତର

Odisha Sun Times

ପୁରୀ : ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୧ଟା ବେଳେ ପୁରୀ ସଦର ଥାନା ଅନ୍ତର୍ଗତ ଅଠରନଳା ନିକଟରେ ବୋମାମାଡ଼ ହୋଇଛି। ଏଥିରେ ୨ଜଣ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

publive-image

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଖଣ୍ଡିଆବନ୍ଦର ନୃସିଂହ ବାରିକଙ୍କ ଝିଅକୁ ସେହି ଅଞ୍ଚଳର ଅଜୁ ବାରିକ ଏକତରଫା ପ୍ରେମ କରୁଥିଲେ। ତେବେ ଗତ ୧୪ ତାରିଖ ଦିନ ନୃସିଂହ ତାଙ୍କ ଝିଅର ବାହାଘରୀ କରିଦେଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଆଜି ରାତି ପ୍ରାୟ ସାଢ଼େ୧୧ଟା ବେଳେ ଅଠରନଳା ନିକଟରେ ଥିବା ନୃସିଂହ ନାୟକଙ୍କ କେବିନ ଦୋକାନ ନିକଟରେ ଅଜୁ ବାରିକ, ସୁନୀଲ ନାୟକ ଓ ଅନ୍ୟ ୩/୪ ଜଣ ବିଭିନ୍ନ ମାରଣାସ୍ତ୍ର ଓ ବୋମା ଧରି ଆସି ପହଞ୍ଚିଥିଲେ। ସେମାନେ ହଠାତ କେବିନ୍‌ ଭିତରେ ଥିବା ନୃସିଂହଙ୍କୁ ଖଣ୍ଡାରେ ହାଣିବାକୁ ଗଲାବେଳେ ନୃସିଂହ ଖଣ୍ଡା ଧରି ପକାଇବା ସହ ସେମାନଙ୍କ ସହ ଧସ୍ତାଧସ୍ତି ହୋଇଥିଲା। ଏହି ସମୟରେ ଅଭିଯୁକ୍ତମାନେ କେବିନ୍‌ ଉପରକୁ ୩ଟି ବୋମା ମାଡ଼ କରିବାରୁ ସେଠାରେ ଥିବା ନୃସିଂହ ଓ ତାଙଙ୍କ ପତ୍ନୀ ପ୍ରଭାତୀ ନାୟକ(୪୨) ଗୁରୁତର ଭାବେ ଆହତ ହୋଇଥିଲେ। ବୋମାମାଡ଼ ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଆହତମାନଙ୍କୁ ସ୍ଥାନୀୟ ଲୋକେଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। କୁମ୍ଭାରପଡ଼ା ଥାନା ଏଏସ୍‌ଆଇ ମନୋଜ ଦାସଙ୍କଠାରୁ ସୂଚନା ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe