ରଥଯାତ୍ରା‌ ବେଳେ ବିଗୁଡ଼ୁଛି ଆଇନଶୃଙ୍ଖଳା: ସିମେଣ୍ଟ ଗୋଦାମକୁ ବୋମାମାଡ଼, ଗୋଦାମ ମାଲିକ ବଡ଼ ପୁଅ ଗୁରୁତର

Advertisment

ସାନ ପୁଅକୁ ହତ୍ୟା କରାଯାଇଥିଲା, ଦୁଇ ମାସ ତଳେ ହୋଇଥିଲା ବୋମାମାଡ଼

ସାନ ପୁଅକୁ ହତ୍ୟା କରାଯାଇଥିଲା, ଦୁଇ ମାସ ତଳେ ହୋଇଥିଲା ବୋମାମାଡ଼

ଗଂଜାମରେ ହୋଟେଲ ଉପରେ ବୋମାମାଡ଼, ଜଣେ କର୍ମଚାରୀ ଆହତ

www.indiatoday.in

ପୁରୀ : ପୁରୀ ସଦର ଥାନା ମୁକୁନ୍ଦମିଶ୍ର ନଗରସ୍ଥିତ ଏକ ସିମେଣ୍ଟ ଗୋଦାମକୁ ଶୁକ୍ରବାର ଦିନ  ବୋମାମାଡ଼ ହୋଇଛି। ଏଥିରେ ଗୋଦାମ ମାଲିକ ବାପି ଖୁଣ୍ଟିଆଙ୍କ ପୁଅ ପପୁ ଖୁଣ୍ଟିଆ(୨୪) ଗୁରୁତର ହୋଇଛନ୍ତି। ବୋମାମାଡ଼ରେ ପପୁଙ୍କ ଡାହାଣ ଆଣ୍ଠୁ, ବାମ ପେଟରେ ଆଘାତ ଲାଗିଛି। ତାଙ୍କୁ ଗୁରୁତର ଅବସ୍ଥାରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ବିଳମ୍ବିତ ରାତି ସୁଦ୍ଧା କେହି ‌ଗିରଫ ହୋଇନାହାଁନ୍ତି। ରଥଯାତ୍ରା ପୂର୍ବରୁ ଏଭଳି ବୋମାମାଡ଼ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଚ୍ୟାଲେଞ୍ଜ୍‌ ସୃଷ୍ଟି କରିଛି। ଅନ୍ୟପଟେ ଦୁଇ ମାସ ତଳେ ବି ଏହି ସିମେଣ୍ଟ ଗୋଦାମକୁ ବୋମାମାଡ଼ ହୋଇଥିଲା। ବଡ଼କଥା ହେଉଛି, ଗୁରୁତର ପପୁଙ୍କ ସାନ ଭାଇ ଦୀପୁକୁ ଅଠରନଳା ନିକଟରେ ହତ୍ୟା କରାଯାଇଥିଲା। ଏହି କାରଣରୁ ବୋମାମାଡ଼ ହୋଇଥିବା ଶୁଣିବାକୁ ମିଳିଛି।

publive-image

ମିଳିଥିବା ସୂଚନା ମୁତାବକ, ପପୁ ଶୁକ୍ରବାର ଦିନ ସିମେଣ୍ଟ ଗୋଦାମରେ ବସିଥିବାବେଳେ ରାତି ପ୍ରାୟ ସାଢ଼େ ୯ଟାରେ ତିନି ଜଣ ଯୁବକ ବାଇକ୍‌ରେ ଆସି ଗୋଦାମଙ୍କୁ ବୋମାମାଡ଼ କରିଥିଲେ। ଲଗାତର ଦୁଇଟି ବୋମା ଫୁଟାଇ ଫେରାର ‌ହୋଇଯାଇଥିଲେ। ପ୍ରଚଣ୍ଡ ଶଦ୍ଦ ଶୁଣି ଲୋକେ ପହଞ୍ଚିଲା ବେଳକୁ ପପୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିଲେ। ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ପପୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତ ଦୁଇ ବର୍ଷ ତଳେ ପପୁଙ୍କ ସାନ ଭାଇଙ୍କୁ ତାଙ୍କ ଘର ନିକଟରେ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତମାନେ ଜେଲ୍‌ରେ ଥିବାବେଳେ ଅଭିଯୁକ୍ତଙ୍କ ପକ୍ଷରୁ ସାକ୍ଷୀ ନ ଦେବାକୁ ବାପି ଓ ତାଙ୍କ ପରିବାର ଲୋକଙ୍କ ଉପରେ ଚାପ ପଡ଼ୁଥିଲା। କିନ୍ତୁ ବାପି କି ତାଙ୍କ ପରିବାର ଲୋକେ ଏଥିରେ ରାଜି ନଥିଲେ। ଏହି କାରଣରୁ ଦୁଇମାସ ତଳେ ସିମେଣ୍ଟ ଗୋଦାମକୁ ବୋମାମାଡ଼ ହୋଇଥିଲା। ଏଥିରେ କେହି ମୃତାହତ ହୋଇନଥିଲେ। ତଥାପି ଅଭିଯୁକ୍ତଙ୍କ ପକ୍ଷରୁ ବାପି ଓ ତାଙ୍କ ପରିବାରକୁ ବିଭିନ୍ନ ସମୟରେ ଧମକ ମିଳୁଥିଲା। ଏହି ଧମକ ସ୍ବରୂପ ଆଜି ତିନି ଜଣ ଯୁବକ ବାଇକ୍‌ରେ ଆସି ତାଙ୍କ ଦୋକାନକୁ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୋମାର ଅଂଶ ସହ ଅନ୍ୟାନ୍ୟ ଜିନିଷ ଜବତ କରିଛି। ସଂପୃକ୍ତ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe