ଉଆସପାଟଣା ଗ୍ରାମରେ ବୋମା ମାଡ଼

ଗଂଜାମରେ ହୋଟେଲ ଉପରେ ବୋମାମାଡ଼, ଜଣେ କର୍ମଚାରୀ ଆହତ

www.indiatoday.in

ରାଜସୁନାଖଳା : ରଣପୁର ଥାନା ରାଜସୁନାଖଳା ଫାଣ୍ଡି ନରେନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଉଆସପାଟଣା ଗାଁରେ ଗତକାଲି ବିଳମ୍ବିତ ରାତିରେ ବୋମା ମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ରାତି ପ୍ରାୟ ୧୧ଟା ୪୦ରେ ଗାଁ ଦାଣ୍ଡରେ ପ୍ରଚଣ୍ଡ ଶବ୍ଦ ଶୁଣି ଲୋକ ବାହାରକୁ ଚାଲି ଆସିଥିଲେ। ହେଲେ ଘଟଣାସ୍ଥଳରେ କାହାରିକୁ ପାଇନଥିଲେ, ଚାରିଆଡେ କେବଳ ଧୂଆଁମୟ ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଏନେଇ ଗ୍ରାମବାସୀ ରାଜସୁନାଖଳା ଫାଣ୍ଡିକୁ ଖବର ଦେବାପରେ ଫାଣ୍ଡି ପୁଲିସ ସକାଳୁ ସକାଳୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସ୍ଥାନୀୟ ବାସିନ୍ଦା ଭଗବାନ ସାହୁଙ୍କ କହିବାନୁଯାୟୀ, ଗତ ଏପ୍ରିଲ ମାସରେ ଗାଁର ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଆଜିର ବୋମା ମାଡ଼ ପଛରେ ଅପ‌ରଗୋଷ୍ଠୀର ହାତଥିବା ସନ୍ଦେହ କରୁଛୁ। ଏନେଇ ରଣପୁର ଆଇଆଇସି ଜ୍ୟୋତି ପ୍ରକାଶ ପଣ୍ଡା କହିଛନ୍ତି, ଏହା ବୋମା ମାଡ଼ କି ନାହିଁ ସ୍ପଷ୍ଟ ‌ ହୋଇନାହିଁ, ଆମେ ତଦନ୍ତ ଜାରି ରଖିଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe