ସୋଲ ଶିଳ୍ପୀଙ୍କ ଘରକୁ ବୋମା ମାଡ଼

Advertisment
ସୋଲ ଶିଳ୍ପୀଙ୍କ ଘରକୁ ବୋମା ମାଡ଼

ପୁରୀ : ପୁରୀରେ ଅପରାଧୀଙ୍କ ସାମ୍ରାଜ୍ୟ ମେଲିଲାଣି। କେତେବେଳେ ବୋମା ବର୍ଷୁଛି ତ ଆଉ କେତେବେଳେ ବନ୍ଧୁକ ଗର୍ଜୁଛି। ପ୍ରତି କିଛି ଦିନ ବ୍ୟବଧାନ‌େର ଗୋଷ୍ଠୀ ସଂଘର୍ଷ ଭଳି ଘଟଣା ଘଟୁଛି। ଅପରାଧୀଙ୍କ ଖୋଲା ବିଚରଣକୁ ନେଇ ପୁରୀ ସହରରେ ଗତ କିଛି ମାସ ହେଲା ଭୟ ଓ ଆତଙ୍କର ବାତାବରଣ ସୃ‌‌ଷ୍ଟି ହୋଇଥିବା ବେଳେ ଦାଦାବଟି ଦାବିରେ ଜଣେ ସୋଲ ଶିଳ୍ପୀଙ୍କ ଘରେ ବୋମା ମାଡ଼ କରାଯିବା ଘଟଣା ଏବେ ସାଧାରଣ ନାଗରିକଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ସବୁଠୁ ବଡ଼ କଥା ହେଉଛି, ମାସକ ତଳେ ଦୁର୍ବୃତ୍ତଙ୍କଠାରୁ ଧମକ ପାଇଥିବା ସୋଲ ଶିଳ୍ପୀ ଜଣକ ଥାନାରେ ଏ ନେଇ ଦୁଇ ଦୁଇ ଥର ଅଭିଯୋଗ କରିଥିଲେ ବି ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା‌ ପରିବର୍ତ୍ତେ ଏହାକୁ ଖାମଖିଆଲ ଢଙ୍ଗରେ ନେଇଥିଲା। ହଉ ଦେଖିବା କହି ସମୟ ଗଡାଇଥିଲା। ଯାହାର ଫଳସ୍ବରୂପ ଦୁର୍ବୃତ୍ତମାନେ ଆଜି ତାଙ୍କ ଧମକ୍‌କୁ କାର୍ଯ୍ୟକାରୀ କରିଛନ୍ତି। ବାସେଳି ସାହିର ସୋଲ ଶିଳ୍ପୀ ଉପେନ୍ଦ୍ର ପୁରୋହିତଙ୍କ ଘର ଉପରେ ୬ଟି ବୋମା ପକାଇ ଫେରାର ହୋଇ ଯାଇଛନ୍ତି। ପୁଲିସର ଦାୟିତ୍ବହୀନତା ଯୋଗୁ ଅପରାଧୀମାନେ ଏଭଳି କାଣ୍ଡ ଘଟାଇବାରେ ସମର୍ଥ ହୋଇଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe