ଖୋର୍ଦ୍ଧା ସହରରେ ଶିକ୍ଷକଙ୍କ ଘରକୁ ବୋମାମାଡ଼ କରି ଦୁଇ ଦୁର୍ବୃତ୍ତ ଛୁ’

ଖୋର୍ଦ୍ଧା ସହରରେ ଶିକ୍ଷକଙ୍କ ଘରକୁ ବୋମାମାଡ଼ କରି ଦୁଇ ଦୁର୍ବୃତ୍ତ ଛୁ’

ଖୋର୍ଦ୍ଧା: ଖୋର୍ଦ୍ଧା ସହରରେ ପୁଣି ଫୁଟିଲା ସୁତୁଲି ବୋମା। କୌଣସି କାରଣକୁ କେନ୍ଦ୍ର କରି ଦୁଇ ଜଣ ଦୁର୍ବୃତ୍ତ ଖୋର୍ଦ୍ଧା ଆଦର୍ଶ ଥାନା ସୁଦର୍ଶନ ବିହାରରେ ଏମିତି କାଣ୍ଡ ଘଟାଇଛନ୍ତି। ଘଟଣାରେ ଯଦିଓ କାହାର କିଛି କ୍ଷୟକ୍ଷତି ହୋଇନାହିଁ, ତଥାପି କଲୋନି ଅଞ୍ଚଳରେ ହଠାତ୍‌ ଏ ପ୍ରକାର ବିସ୍ଫୋରଣ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଛନକା ଖେଳାଇ ଦେଇଛି।

ସୂଚନା ମୁତାବକ, ଏ ବୋମା ମାଡ଼ ହୋଇଛି ସ୍ଥାନୀୟ ଅଞ୍ଚଳର ଶିକ୍ଷକ ରମେଶ ସାହୁଙ୍କ ଘର ଉପରେ। ଶିକ୍ଷକଙ୍କ କହିବା ମୁତାବକ, ଆଜି ସନ୍ଧ୍ୟା ପ୍ରାୟ ୭ଟା ୪୫ ମିନିଟ୍‌ରେ ଘରେ ତାଙ୍କ ପୁଅ କିଛି ଦଶମ ଶ୍ରେଣୀ ପିଲାଙ୍କୁ ଟିଉସନ କରୁଥିଲେ। ଏହି ସମୟରେ ହଠାତ୍‌ ଏକ ବଡ଼ଧରଣର ବିସ୍ଫୋରଣ ହୋଇଥିଲା। ଏ ଶବ୍ଦ ଶୁଣି ଶିକ୍ଷକ ଶ୍ରୀ ସାହୁଙ୍କ ପରିବାର ସହିତ ସ୍ଥାନୀୟ ଅଞ୍ଚଳବାସୀ ଚମକି ପଡ଼ିଥିଲେ। କ’ଣ ହେଲା ବୋଲି ଜାଣିବା ପୂର୍ବରୁ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଏ କାଣ୍ଡ ଦୁଇ ଜଣ ଯୁବକ ଭିଆଇଛନ୍ତି। ଯୁବକ ଦୁଇ ଏକ ପଲ୍‌ସର ଯୋଗେ କଲୋନିକୁ ପଶିଥିଲେ। ଗାଡ଼ିରେ ଦୁଇ ଥର ଯିବା ଆସିବା କରି ହଠାତ୍‌ ସୁତୁଲି ବୋମା ଫିଙ୍ଗି ଦେଇ ପଳାଇଥିବା ପ୍ରକାଶ କରିଛନ୍ତି। ଘଟଣାର କାରଣ କିଛି ଜଣାପଡ଼ିନାହିଁ। ସୂଚନା ପାଇ ଏସ୍‌ଡିପିଓ ଦିଲ୍ଲୀପ ଦାସ, ଆଦର୍ଶ ଥାନା ଅଧିକାରୀ ସଞ୍ଜୟ ନାୟକ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତନାଘନା ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe