ବିଜୁ ସ୍ମୃତି ସଦନକୁ ବୋମା ମାଡ଼, ଗୃହର କାନ୍ଥ-କବାଟ-ଚେୟାର କ୍ଷତିଗ୍ରସ୍ତ

Advertisment
ବିଜୁ ସ୍ମୃତି ସଦନକୁ ବୋମା ମାଡ଼, ଗୃହର କାନ୍ଥ-କବାଟ-ଚେୟାର କ୍ଷତିଗ୍ରସ୍ତ

ଖୋର୍ଦ୍ଧା: ଖୋର୍ଦ୍ଧା ସହରର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ଥିବା ବିଜୁ ସ୍ମୃତି ସଦନ ଉପରେ ଆଜି ସଂଧ୍ୟାରେ କେହି ଏକ ହାତ ବୋମା ମାଡ଼ କରିଛି । ବୋମା ମାଡ଼ରେ ଗୃହର କାନ୍ଥ, କବାଟ ଓ ଭିତରେ ଥିବା ଚେୟାର ଆଦି କ୍ଷତିଗ୍ରସ୍ତ ହୋଇଛି । ତେବେ ସଦନରେ କେହି ନଥିବାରୁ କୌଣସି ଧନଜୀବନର ବିଶେଷ କ୍ଷତି ହୋଇନାହିଁ ।
ସୂଚନାନୁସାରେ, ପ୍ରତିଦିନ ସଂଧ୍ୟା ସମୟରେ ବିଜୁ ଯୁବ ବାହିନୀର ସଦସ୍ୟ ଓ ସ୍ଥାନୀୟ ଯୁବକମାନେ ଉକ୍ତ ସଦନରେ ଏକଯୁଟ ହୋଇଥାନ୍ତି । ଆଜି କିନ୍ତୁ ସଦନରେ କେହି ନଥିଲେ, ସଂଧ୍ୟା ସାଢ଼େ ୬ଟାରୁ ୭ଟା ମଧ୍ୟରେ କେହି ଜଣେ ଦୁର୍ବୃତ୍ତ ଉକ୍ତ ସଦନର କବାଟକୁ ଲକ୍ଷ କରି ଏକ ହାତବୋମା ଫିଙ୍ଗି ଚାଲିଯାଇଥିଲା। ଫଳରେ ସଦନର ପଛପଟ କବାଟ, କାନ୍ଥ ଫାଟିଯାଇଥିବା ବେଳେ ଭିତରେ ଥିବା ପ୍ଲାଷ୍ଟିକ୍ ଚେୟାର ଦୁଇ ତିନିଟି କ୍ଷତିଗ୍ରସ୍ତ ହୋଇଥିଲା । ଏନେଇ ସୂଚନା ପାଇବା ପରେ ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ଅନୁସନ୍ଧାନ ଆରମ୍ଭ କରିଛି । ବୋମା ଫିଙ୍ଗିଥିବା ଦୁର୍ବୃତ୍ତଙ୍କ ପତ୍ତା ମିଳିପାରିନାହିଁ କି କିଏ କେଉଁ ଉଦ୍ଦେଶ୍ୟରେ ଫିଙ୍ଗିଲା ତାହା ଜଣାପଡ଼ିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe