ନିର୍ବାଚନୀ ହିଂସା: କଳାମାଟିଆରେ ଫୁଟୁଛି ବୋମା

Advertisment
ନିର୍ବାଚନୀ ହିଂସା: କଳାମାଟିଆରେ ଫୁଟୁଛି ବୋମା

OrissaPOST

ବରୀ: ନିର୍ବାଚନୀ ପ୍ରଚାର ଶେଷ ହେଲା ପରେ ସଂଧ୍ୟାରେ କଳାମାଟିଆ ପଞ୍ଚାୟତରେ ଏବେ ବୋମା  ଫୁଟିବା ଆରମ୍ଭ ହୋଇଯାଇଛି। ତେବେ ସଂଧ୍ୟା ପର ଠାରୁ ପଞ୍ଚାୟତର ୨/୩ ଟି ସ୍ଥାନରେ ୫/୬ଟି ବୋମା ଫୁଟିଥିବା  ସୂଚନା ମିଳୁଛି। ଲୋକମାନଙ୍କୁ ନିର୍ବାଚନୀ ସତର୍କ ସୂଚନା ପଞ୍ଚାୟତର ପରଂପରା ଅନୁସାରେ ମିଳିଥିବା ଆଲୋଚନା ହେଉଛି।

ନିର୍ବାଚନ ଆସିଲେ କଳାମାଟିଆରେ ବୋମା ଫୁଟିବା ଏକ ସାଧାରଣ ଘଟଣା ବୋଲି କୁହାଯାଉଛି। ବୋମା ଫୁଟିବା ଶଦ୍ଧ ଶୁଣିବା ପରେ କେତକ ସାଧାଣର ଜନତା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏନେଇ ବରୀ ଥାନା ଅଧିକାରୀଙ୍କ ସହିତ ବାରମ୍ବାର ଫୋନରେ ଯୋଗାଯୋଗ କରିଥିଲେ ମଧ୍ୟ ମୋବାଇଲ ରିଂଗ ହୋଇ କଟିଥିଲା ମାତ୍ର ଅଧିକାରୀ ଉଠାଇ ନଥିଲେ।ରାତି ୧୦ ଟା ପର୍ଯ୍ୟନ୍ତ କଳାମାଟିଆ ପଞ୍ଚାୟତରେ ବୋମା ଫୁଟୁଥିବାର ଖବର ଆସୁଛି। ବିଳମ୍ବରେ ହେଲେ ବି ଘଟଣାସ୍ଥଳରେ ଯାଜପୁର ଏସ.ଡି.ପିଓ ପୁଲିସ ଫୋର୍ସ ସହିତ ପହଞ୍ଚିଥିବା ଖବର ଆସିଛି। ସେପଟେ ଭଅଁରା ପଞ୍ଚାୟତରେ ମଧ୍ୟ ବୋମା ଫୁଟିଥିବାର ଖବର ଆସୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe