ମନ୍ତ୍ରୀଙ୍କ ଘରପାଖେ ବୋମା: ୨୦୨୨ରେ ହୋଇଥିଲା ଗୁଳି, ବୋମାମାଡ଼

Advertisment

ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଘର ପାଖରୁ ଆଜି ୮ଟି ବୋମା ଉଦ୍ଧାର ହୋଇଛି। ତାଙ୍କ ଘରଠାରୁ ୫୦୦ମିଟର ଦୂରରୁ ବୋମାଗୁଡ଼ିକ ମିଳିଛି।  ପୁଲିସ ବୋମାକୁ ନିଷ୍କ୍ରିୟ କରିଥିଲା। ରାତି ସାଢ଼େ ୮ଟା ସୁଦ୍ଧା କୌଣସି ମାମଲା ରୁଜୁ ହୋଇନାହିଁ।

ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଘର ପାଖରୁ ଆଜି ୮ଟି ବୋମା ଉଦ୍ଧାର ହୋଇଛି। ତାଙ୍କ ଘରଠାରୁ ୫୦୦ମିଟର ଦୂରରୁ ବୋମାଗୁଡ଼ିକ ମିଳିଛି।  ପୁଲିସ ବୋମାକୁ ନିଷ୍କ୍ରିୟ କରିଥିଲା। ରାତି ସାଢ଼େ ୮ଟା ସୁଦ୍ଧା କୌଣସି ମାମଲା ରୁଜୁ ହୋଇନାହିଁ।

hgfgh

ଢେଙ୍କାନାଳ: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଘର ପାଖରୁ ଆଜି ୮ଟି ବୋମା ଉଦ୍ଧାର ହୋଇଛି। ତାଙ୍କ ଘରଠାରୁ ୫୦୦ମିଟର ଦୂରରୁ ବୋମାଗୁଡ଼ିକ ମିଳିଛି।  ପୁଲିସ ବୋମାକୁ ନିଷ୍କ୍ରିୟ କରିଥିଲା। ରାତି ସାଢ଼େ ୮ଟା ସୁଦ୍ଧା କୌଣସି ମାମଲା ରୁଜୁ ହୋଇନାହିଁ। ମନ୍ତ୍ରୀଙ୍କ ବାସଭବନକୁ ଟାର୍ଗେଟ୍‌ କରି ଏସବୁ ରଖାଯାଇଥିଲା କି ବୋଲି ଆଶଙ୍କା ପ୍ରକାଶ ପାଇଛି। ତରଭା ଫାଣ୍ଡି ଅଧିକାରୀ ଶେଷଦେବ ଲେଙ୍କା କହିଛନ୍ତି, ସ୍ଥାନୀୟ ଅଞ୍ଚଳରେ ଥିବା ପେଟ୍ରୋଲ୍‌ ପମ୍ପ୍‌ ଇନ୍‌ଚାର୍ଜଙ୍କଠାରୁ ବୋମା ଥିବାର ଖବର ମିଳିଥିଲା। ସ୍ଥାନୀୟ କାଙ୍କଡ଼ପାଳ ନିକଟସ୍ଥ କେନାଲହୁଡ଼ା ନିକଟରେ ବିସ୍ଫୋରକଗୁଡ଼ିକୁ କପଡ଼ାରେ ଗୁଡ଼ାଇ ରଖାଯାଇଥିଲା। ବୋମାଗୁଡ଼ିକ କିଏ ଓ କାହିଁକି ରଖିଥିଲା, ସେନେଇ କିଛି ଜଣାପଡ଼ି ନାହିଁ। ୨୦୨୨ରେ ପୌର ନିର୍ବାଚନ ସମୟରେ ଦୁର୍ବୃତ୍ତମାନେ ଶ୍ରୀ ପାତ୍ରଙ୍କ ଘରକୁ ଟାର୍ଗେଟ୍‌ କରିଥିଲେ। ସେତେବେଳେ ଶ୍ରୀ ପାତ୍ରଙ୍କ ଘର ଉପରକୁ ଦୁର୍ବୃତ୍ତମାନେ ୫ ରାଉଣ୍ଡ ଗୁଳିମାଡ଼ କରି ଆତଙ୍କ ସୃଷ୍ଟି କରିଥିଲେ। ଗୁଳିଗୁଡ଼ିକ ତାଙ୍କ ଘର ଝରକାରେ ବାଜିଥିଲା। ଏହାର ୮ ଦିନ ପରେ ବିଜୟ ଶୋଭାଯାତ୍ରା ଅବସରରେ ଶ୍ରୀ ପାତ୍ରଙ୍କ ଘର ଉପରେ ପୁଣି ବୋମାମାଡ଼ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe