ବିଏସ୍ଏ‌ଫ୍‌ ଶିବିର ନିକଟରୁ ଜୀବନ୍ତ ବୋମା ଉଦ୍ଧାର, ଅଘଟଣ ପୂର୍ବରୁ ନିଷ୍କ୍ରିୟ କଲେ ଯବାନ

Advertisment
ବିଏସ୍ଏ‌ଫ୍‌ ଶିବିର ନିକଟରୁ ଜୀବନ୍ତ ବୋମା ଉଦ୍ଧାର, ଅଘଟଣ ପୂର୍ବରୁ ନିଷ୍କ୍ରିୟ କଲେ ଯବାନ

ବୈପାରିଗୁଡ଼ା: କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ କୋଲାର ପଞ୍ଚାୟତର ମନ୍ତ୍ରୀଆମ୍ବ ନିକଟରେ ମାଓବାଦୀଙ୍କ ବଡ଼ଧରଣର ଷଡ଼ଯନ୍ତ୍ରକୁ ପଣ୍ଡ କରିଛନ୍ତି ବିଏସ୍‌ଏଫ୍‌ ଯବାନ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀ ପୋତି ଥିବା ଟିଫିନ୍ ବୋମାକୁ ଠାବ କରିବା ପରେ ନିଷ୍କ୍ରିୟ କରିଛନ୍ତି। ଏବେ ବି ବୈପାରିଗୁଡା ଅଞ୍ଚଳରେ ମାଓବାଦୀ ସକ୍ରିୟ ରହିଥିବା ସ୍ବଷ୍ଟ ହୋଇଛି।

ସୂଚନା ଅନୁଯାୟୀ ବୈପାରିଗୁଡା ଥାନା ଅନ୍ତର୍ଗତ ମନ୍ତ୍ରୀଆମ୍ବ ଠାରେ ଅବସ୍ଥାପିତ ୧୫୧ ବିଏସ୍‌ଏଫ୍‌ ଯବାନଙ୍କୁ ଟାର୍ଗେଟ କରି ଟିଫିନ୍ ବୋମା ଖଞ୍ଜା ଯାଇଥିଲା। ଆଜି ସକାଳ ସାତଟା ବେଳେ ମନ୍ତ୍ରୀଆମ୍ବ ବିଏସ୍‌ଏଫ୍‌ କ୍ୟାମ୍ପ ଯବାନମାନେ ରାଞ୍ଚି-ବିଜୟଓ୍ବାଡା ୩୨୬ ନମ୍ବର ଜାତୀୟ ରାଜପଥର ଜଂଗଲ ଭିତରେ କମ୍ବିଂ ଅପରେସନରେ ଥିବାବେଳେ ଦୁଇଟି ନୂତନ ଭାବେ ଖୋଳା ଯାଇଥିବା ଗାତକୁ ଦେଖି ସଂଦେହ କରିଥିଲେ। ଗାତଟିକୁ ଦେଖିବା ମାତ୍ରେ ସନ୍ଧାନୀ କୁକୁର ଏବଂ ମାଇନସ୍ ଡିଟେକ୍ଟର ସାହାଯ୍ୟରେ ସେହି ସ୍ଥାନଟିକୁ ସୁରକ୍ଷିତ କରିବା ପରେ ସନ୍ଧାନ ଆରମ୍ଭ ହେବାସହ ତୁରନ୍ତ ୧୫୧ ବିଏସଏଫ ବାଟାଲିୟନ କମାଣ୍ଡେଣ୍ଟ ଅଜୟ କୁମାରଙ୍କୁ ଏବିଷୟରେ ସୂଚିତ କରାଯାଇଥିଲା।

publive-image

କମାଣ୍ଡେଣ୍ଟ ଅଜୟ କୁମାର ବୈପାରିଗୁଡା ଥାନା ଡିଏସପି ବିରଞ୍ଚିନାରାୟଣ ଜଗତଙ୍କ ସହ ଅଧିକ ଯବାନଙ୍କୁ ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ। ବୋମା ଖଞ୍ଜା ଯାଇଥିବା ସ୍ଥାନଟିକୁ ଯବାନମାନଙ୍କ ଦ୍ଵାରା ସୁରକ୍ଷିତ କରିବା ପରେ ସନ୍ଧାନୀ କୁକୁର ଏବଂ ମାଇନସ୍ ଡିଟେକ୍ଟର ସାହାଯ୍ୟରେ ତଲାସି ନିଆଯାଇଥିଲା। ସନ୍ଧାନି କୁକୁର ବୋମା ଖଞ୍ଜା ଯାଇଥିବା ସ୍ଥାନରେ ପହଞ୍ଚି ବୋମା ଥିବା ସୂଚନା ଦେଇଥିଲା। ମାଇନସ୍ ଡିଟେକ୍ଟର ବୋମାର ସନ୍ଧାନ ପାଇବା ସହ କମାଣ୍ଡେଣ୍ଟଙ୍କୁ ଅଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଡ଼କାଯାଇଥିଲା। ତେବେ ଖମାଣ୍ଡେଣ୍ଟ ଅଧିକ ବୋମା ଖଞ୍ଜା ଯାଇଥିବା ସଂଦେହ କରି ଆଖପାଖ ସ୍ଥାନରେ ଖୋଜାଖୋଜି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିଛି ନମିଳିବାରୁ ଶେଷରେ ସାଢ଼େ ଦଶଟା ବେଳେ ବୋମାଟିକୁ ଜଂଗଲ ଭିତରେ କିଛି ଦୂର ନେଇ ନିଷ୍କିୟ କରାଯାଇଥିଲା।

କମାଣ୍ଡେଣ୍ଟ ଅଜୟ କୁମାର ପ୍ରକାଶ କରିଛନ୍ତି ଯେ, ଯବାନମାନଙ୍କୁ ଟାର୍ଗେଟ କରି ଏହି ବୋମା ଖଞ୍ଜା ଯାଇଥିଲା। ଯବାନ ମାନେ ଜଂଗଲ ଭିତରେ କୁମ୍ବିଂ କରୁଥିବା ସମୟରେ ଯେଉଁଠି ଟିକିଏ ବିଶ୍ରାମ ନିଅନ୍ତି ସେହି ସ୍ଥାନଟିକୁ ଲକ୍ଷ୍ୟ କରି ବୋମା ଗୁଡ଼ିକ ଖଞ୍ଜା ଯାଇଥାଏ। ପୂର୍ବରୁ ୨୦୨୧ ମସିହା ମାର୍ଚ୍ଚ ମାସ ୮ ତାରିଖ ଦିନ ରାମଗିରି ପଞ୍ଚାୟତର ସିନ୍ଧିଆଗୁଡା ଜଙ୍ଗଲରେ ଏବଂ ନଭେମ୍ବର ୧୯ ତାରିଖ ଦିନ ରାମଗିରି ବିଏସଏଫ କ୍ୟାମ୍ପ ନିକଟରେ ଥିବା ପୂଜାରୀଗୁଡା ବିଶ୍ରାମଗାର ନିକଟରେ ଯବାନ ମାନଙ୍କୁ ଟାର୍ଗେଟ କରି ଖଞ୍ଜା ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe