ବିମାନରେ ବୋମା ଆତଙ୍କ: ଲକ୍ଷ୍ନୌରେ ଜରୁରୀ ଅବତରଣ, ଝାରସୁଗୁଡ଼ାରେ ଯାଞ୍ଚ

Advertisment

ବିମାନରେ ‌ବୋମା ଥିବା ନେଇ ଆଜି ପୁଣି ଥରେ ଧମକ ମିଳିବା ପରେ ଦିଲ୍ଲୀରୁ ଝାରସୁଗୁଡ଼ା ଆସୁଥିବା ଇଣ୍ଡିଗୋ ବିମାନ (୬ଇ୪୫୮)ରେ ଆତଙ୍କ ଖେଳି ଯାଇଥିଲା। ଲକ୍ଷ୍ନୌ ବିମାନ ବନ୍ଦରରେ ବିମାନର ଜରୁରୀ ଅବତରଣ ପରେ କଡ଼ାକଡ଼ି ଯାଞ୍ଚ କରାଯାଇଥିଲା।

ବିମାନରେ ‌ବୋମା ଥିବା ନେଇ ଆଜି ପୁଣି ଥରେ ଧମକ ମିଳିବା ପରେ ଦିଲ୍ଲୀରୁ ଝାରସୁଗୁଡ଼ା ଆସୁଥିବା ଇଣ୍ଡିଗୋ ବିମାନ (୬ଇ୪୫୮)ରେ ଆତଙ୍କ ଖେଳି ଯାଇଥିଲା। ଲକ୍ଷ୍ନୌ ବିମାନ ବନ୍ଦରରେ ବିମାନର ଜରୁରୀ ଅବତରଣ ପରେ କଡ଼ାକଡ଼ି ଯାଞ୍ଚ କରାଯାଇଥିଲା।

fshfshffhfhhf

Devdiscourse

ଝାରସୁଗୁଡ଼ା: ବିମାନରେ ‌ବୋମା ଥିବା ନେଇ ଆଜି ପୁଣି ଥରେ ଧମକ ମିଳିବା ପରେ ଦିଲ୍ଲୀରୁ ଝାରସୁଗୁଡ଼ା ଆସୁଥିବା ଇଣ୍ଡିଗୋ ବିମାନ (୬ଇ୪୫୮)ରେ ଆତଙ୍କ ଖେଳି ଯାଇଥିଲା। ଲକ୍ଷ୍ନୌ ବିମାନ ବନ୍ଦରରେ ବିମାନର ଜରୁରୀ ଅବତରଣ ପରେ କଡ଼ାକଡ଼ି ଯାଞ୍ଚ କରାଯାଇଥିଲା। ଝାରସୁଗୁଡ଼ାରେ ବିମାନ ପହଞ୍ଚିବା ପରେ ପୁଣି ଥରେ ଯାଞ୍ଚ ହୋଇଥିଲା ଓ କୌଣସି ବୋମା ନଥିବା ସ୍ପଷ୍ଟ ହେବା ପରେ ୩ ଘଣ୍ଟା ବିଳମ୍ବରେ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା। ସୂଚନା ଅନୁସାରେ, ଶନିବାର ଦିଲ୍ଲୀ-ଝାରସୁଗୁଡ଼ା ଇଣ୍ଡିଗୋ ବିମାନ (୬ଇ୪୫୮) ଦିଲ୍ଲୀରୁ ୩ଟା ୩୫ ମିନିଟ୍‌ରେ ଉଡ଼ାଣ ଭରିଥିଲା। ତେବେ କିଛି ସମୟ ପରେ ଏଥିରେ ବୋମା ଥିବା ନେଇ ଏୟାରଲାଇନ୍ସ ନିକଟକୁ ଧମକ ଆସିଥିଲା। ଫଳରେ ବିମାନକୁ ନିକଟସ୍ଥ ଲକ୍ଷ୍ନୌ ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇ ‌ବମ୍‌ ସ୍କ୍ବାଡ୍‌ ଦ୍ବାରା ଯାଞ୍ଚ କରାଯାଇଥିଲା।

ଏଥିପାଇଁ ଲକ୍ଷ୍ନୌରେ ବିମାନଟି ୨ ଘଣ୍ଟାରୁ ଅଧିକ ସମୟ ଅଟକି ରହିଥିଲା। ଝାରସୁଗୁଡ଼ାରେ ବିମାନଟି ସନ୍ଧ୍ୟା ୫ଟା ୨୫ ମିନିଟ୍‌ରେ ପହଞ୍ଚିବା ପରିବର୍ତ୍ତେ ୭ଟା ୪୩ ମିନିଟ୍‌ରେ ଅବତରଣ କରିଥିଲା। ଏଠାରେ ମଧ୍ୟ ଆବଶ୍ୟକ ଯାଞ୍ଚ ପରେ ରାତି ୮ଟା ୪୦ ମିନିଟ୍‌ରେ ଉଡ଼ାଣ ପାଇଁ ସିକ୍ୟୁରିଟି କ୍ଲିୟରାନ୍ସ ମିଳିଥିଲା। ଉଲ୍ଲେଖ‌ଯୋଗ୍ୟ, ଗତ ୨୪ ତାରିଖ‌ରେ ଇଣ୍ଡିଗୋ ଏୟାରଲାଇନ୍ସର ବେଙ୍ଗାଲୁରୁ-ଝାରସୁଗୁଡ଼ା ବିମାନରେ ମଧ୍ୟ ଅନୁରୂପ ବୋମା ଥିବାର ଧମକ ମିଳିବା ପରେ ୩ ଘଣ୍ଟା ଧରି ଯାଞ୍ଚ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe