ଜମି ବିବାଦକୁ ନେଇ କୋଣାର୍କର ତାରିଣୀ କଲୋନିରେ ବୋମାମାଡ଼, ଥାନାରେ ଅଭିଯୋଗ କଲେ ମହିଳା

Advertisment
ଜମି ବିବାଦକୁ ନେଇ କୋଣାର୍କର ତାରିଣୀ କଲୋନିରେ ବୋମାମାଡ଼, ଥାନାରେ ଅଭିଯୋଗ କଲେ ମହିଳା

କୋଣାର୍କ: ପୁରୀ ଜିଲ୍ଲାର କୋଣାର୍କ ଅଞ୍ଚଳରେ ଭୟଭୀତ କରିବାକୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିବା ନେଇ ଅଭିଯୋଗ ହୋଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ କୋଣାର୍କ-କାକଟପୁର ରାସ୍ତାରେ ଥିବା ତାରିଣୀ କଲୋନି ନିକଟସ୍ଥ କାଜୁ ଜଙ୍ଗଲରେ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ବୋମାମାଡ଼ କରିବାରୁ ବିସ୍ଫୋରଣ ଶବ୍ଦ ହୋଇଛି। ଏନେଇ ମିନର୍ଭା ରାଉତ ନାମ୍ନୀ ଜଣେ ମହିଳା  କୋଣାର୍କ ଥାନାରେ ଅଭିଯୋଗ କରିଛନ୍ତି। ଏକ ସରକାରୀ ଜମିକୁ ନେଇ ଉକ୍ତ ମହିଳାଙ୍କ ସହ ସଞ୍ଜୟ ସ୍ବାଇଁ ନାମକ ଜଣେ ଲୋକଙ୍କର ବିବାଦ ଉପୁଜି ଥିଲା।

ଗତକାଲି କୋଣାର୍କ ଥାନାରେ ଉଭୟଙ୍କ ଭିତରେ ସମାଧାନ କରାଯାଇଥିଲା। ହେଲେ ଗତକାଲି ସଞ୍ଜୟ ସ୍ବାଇଁ ଉକ୍ତ ଜମିରେ ଘର ତିଆରି ଲାଗି କାମ ଆରମ୍ଭ କରିଥିଲେ। ଏହାକୁ ନେଇ ତୀବ୍ର ବିବାଦ ହୋଇଥିଲା। ଏହାକୁ ମିନର୍ଭା ବିରୋଧ କରିଥିଲେ। ଏଣୁ ସଞ୍ଜୟ ତାଙ୍କୁ ଭୟଭୀତ କରିବା ଲାଗି ଏହି ବୋମା ମାଡ଼ କରିଥାଇପାରନ୍ତି ବୋଲି କୁହାଯାଉଛି। ଏନେଇ ଅଭିଯୋଗ ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe