ରାଜନୈତିକ ବିବାଦରୁ ବୋମାମାଡ଼: ଉଭୟ ପକ୍ଷର ୧୪ ଆହତ

Advertisment

ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଧୀନ କାଁପଡ଼ା ପଞ୍ଚାୟତ ତଳକାଁପଡ଼ା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ସହ ବୋମାମାଡ଼ ହୋଇଛି। ଫଳରେ ଉଭୟ ପକ୍ଷର ୧୪ ଜଣ ଆହତ ହୋଇଛନ୍ତି।

ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଧୀନ କାଁପଡ଼ା ପଞ୍ଚାୟତ ତଳକାଁପଡ଼ା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ସହ ବୋମାମାଡ଼ ହୋଇଛି। ଫଳରେ ଉଭୟ ପକ୍ଷର ୧୪ ଜଣ ଆହତ ହୋଇଛନ୍ତି।

sscscs

ତିହିଡ଼ି: ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଧୀନ କାଁପଡ଼ା ପଞ୍ଚାୟତ ତଳକାଁପଡ଼ା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ସହ ବୋମାମାଡ଼ ହୋଇଛି। ଫଳରେ ଉଭୟ ପକ୍ଷର ୧୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣାରୁ ପ୍ରକାଶ ଯେ, ଗତକାଲି ରାତି କୌଣସି କଥାକୁ ନେଇ ତଳକାଁପଡ଼ା ଗାଁରେ ରାଜନୈତିକ ବିବାଦ ଦେଖା ଦେଇଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ତେବେ ବିଳମ୍ବିତ ରାତିରେ ଏହା ଉଗ୍ରରୂପ ଧାରଣ କରିଥିଲା। ଉଭୟ ଗୋଷ୍ଠୀ ଠେଙ୍ଗାବାଡ଼ି ଧରି ପରସ୍ପରକୁ ଆକ୍ରମଣ କରିଥିଲେ। ଏହି ସମୟରେ କେହିଜଣେ ବୋମାମାଡ଼ କରିଥିଲା। ଫଳରେ ଗୋଟିଏ ପକ୍ଷର ରଶ୍ମିତା ଦାସ, ସୁବାସ ଦାସ, ମାମା ମଳିକ, ମୁକ୍ତିକାନ୍ତ ଦାସ ଓ ଅଚ୍ୟୁତ ମଳିକ ଆହତ ହୋଇଥିବା ବେଳେ ବଳରାମ ମଳିକ, ରମେଶ ମଳିକ ଓ ଭାରତୀ ଦାସ ଗୁରୁତର ଆହତ ହୋଇଥିଲେ। ଗୁରୁତରଙ୍କୁ କଟକ ଓ ଭଦ୍ରକ ଡାକ୍ତରଖାନାରେ ଏବଂ ଆହତମାନେ ତିହିଡ଼ି ଡାକ୍ତରଖାନା ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ସେହିପରି ଅନ୍ୟପକ୍ଷର ପ୍ରଦୀପ ଦାସ, ସୁବ୍ରତ ଦାସ, ଅନୁଚରଣ ଦାସ, ବୃନ୍ଦାବତୀ ଦାସ, ହେମନ୍ତ ଦାସ ଓ କାଶୀନାଥ ଦାସ ଆହତ ହୋଇ ତିହିଡ଼ି ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

ଉଭୟ ପକ୍ଷର ୧୪ ଆହତ
ଭଦ୍ରକ ଏସ୍‌ପି, ସାଇଣ୍ଟିଫିକ୍ ଟିମ୍‌ର ତଦନ୍ତ

ଘଟଣା ସଂପର୍କରେ ଖବର ପାଇ ଗତକାଲି ରାତିରେ ତିହିଡ଼ି ପୁଲିସ ପହଞ୍ଚିଥିଲା। ଆଜି ସକାଳେ ଭଦ୍ରକ ଏସ୍‌ପି ମଡ଼କର ସନ୍ଦୀପ ସମ୍ପଦ, ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ଏସ୍‌ଡିପିଓ ତ୍ରିଲୋଚନ ସେଠୀ ଓ ତିହିଡ଼ି ଥାନା ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କ ସହ ସାଇଣ୍ଟିଫିକ୍ ଟିମ୍‌ ପହଞ୍ଚି ତଦନ୍ତ କରିଥିଲେ। ପୁଲିସ ଏଏସ୍‌ଆଇ ଚିତ୍ତରଂଜନ ବାରିକ ଘଟଣା ସଂପର୍କରେ ଥାନାରେ ଏତଲା ଦେଇଛନ୍ତି। କେସ୍‌ ନମ୍ବର ୧୪୫/୨୫ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି। ପରିସ୍ଥିତିକୁ ଲକ୍ଷ୍ୟ କରି ତଳକାଁପଡ଼ା ଗାଁରେ ୧ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଏ ସମ୍ପର୍କରେ ଏସ୍‌ଡିପିଓ ଶ୍ରୀ ସେଠୀ କହିଛନ୍ତି, ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଯେଉଁମାନେ ଦୋଷୀ, ସେମାନଙ୍କ ଉପରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe