ସର୍ବେଶ୍ବରଙ୍କୁ ବୋମାମାଡ଼ ଘଟଣା: ବିଧାୟକଙ୍କ ସୁରକ୍ଷା ପାଇଁ ପୁଲିସର ଚାଲ୍‌!

Advertisment

ପତ୍ନୀଙ୍କ ଏତଲା ପୂର୍ବରୁ ପୁଲିସର ଏତଲା, ୪ଦିନ ପ‌ରେ ବି ପୁଲିସ୍ ହାତ ଖାଲି

ପତ୍ନୀଙ୍କ ଏତଲା ପୂର୍ବରୁ ପୁଲିସର ଏତଲା, ୪ଦିନ ପ‌ରେ ବି ପୁଲିସ୍ ହାତ ଖାଲି

ପୁରୀରେ ବୋମାମାଡ଼: ମହିଳା, ସ୍ବାମୀ ଗୁରୁତର

Odisha Sun Times

ଯାଜପୁର/ଧର୍ମଶାଳା: ସୂଚନା ଅଧିକାର କର୍ମୀ ତଥା ବିଜେପି ନେତା ସ‌‌ର୍ବେଶ୍ବର ବେହୁରାଙ୍କ ଉପରେ ଦୁର୍ବୃତ୍ତଙ୍କ ବୋମାମାଡ଼ ଘଟଣାକୁ ୪ଦିନ ହେଲାଣି। ପୁଲିସ ଆଜି ପର୍ଯ୍ୟନ୍ତ ଅପରାଧୀମାନଙ୍କ ନିକଟରେ ପହଞ୍ଚି ପାରିଲାନାହିଁ। ଅପରପକ୍ଷରେ ଆକ୍ରମଣର ଶିକାର ହୋଇଥିବା ଶ୍ରୀ ବେହୁରା କିମ୍ବା ତାଙ୍କ ପକ୍ଷରୁ ଲିଖିତ ଏତଲା ହେବା ପୂର୍ବରୁ ପୁଲିସ ତରବରିଆ ଭାବେ ନିଜେ ଏତଲା କରି କେସ ରୁଜୁ କରିଛି। ସ୍ଥାନୀୟ ବିଧାୟକ ପ୍ରଣବ ବଳବନ୍ତରାୟ ଏହି ଘଟଣାର ମାଷ୍ଟର ମାଇଣ୍ଡ ବୋଲି ଶ୍ରୀ ବେହୁରା ଓ ତାଙ୍କ ପରିବାର ଦର୍ଶାଇଥିବା ‌ବେଳେ ତାଙ୍କୁ ସୁରକ୍ଷା ଦେବା ପାଇଁ ପୁଲିସ ଚତୁରତାର ସହ ନିଜ ପକ୍ଷରୁ ଆଗୁଆ କେସ ରୁଜୁ କରିଛି ବୋଲି ଅଭିଯୋଗ ହୋଇଛି।

ଶ୍ରୀ ବେହୁରା ଗତ ୨୭ ତାରିଖ ସଂଧ୍ୟାରେ ଘରକୁ ଫେରୁଥିବା‌ ବେଳେ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିଲେ। ଏହି ଘଟଣାରେ ଧର୍ମଶାଳା ଥାନା ପୁଲିସ୍‌ ନିଜ ଆଡୁ ମାମଲା ରୁଜୁ କରିଛି। ସର୍ବେଶ୍ବରଙ୍କ ସଂପର୍କୀୟ ଏତଲା ଦେବାରେ ବିଳମ୍ବ କରିବାରୁ ଥାନା ଏସ୍‌ଆଇ ଅକ୍ଷୟ କୁମାର ନାୟକଙ୍କ ଲିଖିତ ଅଭିଯୋଗ ଆଧାରରେ କେସ ନମ୍ବର ୧୬୨/୨୧ରେ ପୁଲିସ୍‌ ଏକ ମାମଲା ରୁଜୁ କରିଥିବା ସ୍ଥାନୀୟ ପୁଲିସ କହୁଛି। ଏପଟେ ୨୮ତାରିଖ ଅପରାହ୍‌ଣରେ (୨୪ ଘଣ୍ଟା ଭିତରେ) ସର୍ବେଶ୍ବରଙ୍କ ପତ୍ନୀ ସମିତିସଭ୍ୟା ରିଲୁ ବେହୁରା ଥାନାକୁ ଯାଇ ଯାଜପୁରରୋଡ୍ ଏସ୍‌ଡିପିଓ ଚିନ୍ମୟ କୁମାର ନାୟକଙ୍କୁ ଏତଲା ଦେଇଥିଲେ। ଏସଡିପିଓ ମଧ୍ୟ ଏତଲା ଗ୍ରହଣ କରିଥିଲେ। ସର୍ବେଶ୍ବର ଗୁରୁତର ଅବସ୍ଥାରେ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥବାରୁ ତାଙ୍କ ପତ୍ନୀ ଥାନାରେ ଏତଲା ଦେବାରେ ସାମାନ୍ୟ ବିଳମ୍ବ ହୋଇଥିଲା। ତେବେ ପୁଲିସ ସେମାନଙ୍କ ଏତଲା ଆଧାରରେ ମାମଲା ନ କରି ନିଜ ଆଡୁ କାହିଁକି ତରବରିଆ ଭାବେ କୋହଳ ଏତଲା ଲେଖି ମାମଲା ରୁଜୁ କଲା? ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଘଟଣାର ତଦନ୍ତ ହୋଇଥିବା ବେଳେ ଏତଲା ଦେବାରେ ବିଳମ୍ବ ହେବାରୁ ପୁଲିସ୍‌ ନିଜ ଆଡୁ ମାମଲା ରୁଜୁ କରିଥିବା ଥାନାଧିକାରୀ ସରୋଜ କୁମାର ସାହୁ ସୂଚନା ଦେଇଛନ୍ତି।

ଧର୍ମଶାଳା ଅଞ୍ଚଳରେ ହେଉଥିବା ବିଭିନ୍ନ ଦୁର୍ନୀତି, ହେରାଫେରି, ଓ ଲଘୁ ଖଣିଜ ସାମଗ୍ରୀ କେଳେଙ୍କାରୀ ସଂପର୍କରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ସଂଗ୍ରହ କରିବା ଏବଂ ଏହାକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଓ ଲୋକପାଳଙ୍କ କୋର୍ଟର ଦ୍ବାରସ୍ଥ ହୋଇ ସର୍ବେଶ୍ବର ଶାସକ ଓ ପ୍ରଶାସନକୁ କାଠଗଡାରେ ଠିଆ କରୁଥିଲେ। ଏହି ବୋମାମାଡ଼ ଘଟଣାରେ ସ୍ଥାନୀୟ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଓ ଖଣିମାଫିଆଙ୍କ ହାତଥିବା ଆହତ ଶ୍ରୀ ବେହୁରାଙ୍କ ପତ୍ନୀ ସମିତିସଭ୍ୟା ଶ୍ରୀମତୀ ବେହୁରା ତାଙ୍କ ଏତଲାରେ ଦର୍ଶାଇଛନ୍ତି। ଏହି ସଙ୍ଗିନ ଏତଲାକୁ ଏଡ଼ାଇବାକୁ ଯାଇ ପୁଲିସ ଅଭିନବ ଉପାୟରେ ଏ ଭଳି ଢଙ୍ଗରେ ନିଜ ଆଡୁ ମାମଲା ରୁଜୁ କରିଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe