ବନ୍ଧକ ରହିଛନ୍ତି ୩୭ ଦାଦନ : ପରିବାର ଲୋକ ଶ୍ରମ ଅଧିକାରୀଙ୍କୁ ଭେଟିଲେ, ଥାନାରେ ଏତଲା ଦେଲେ

Advertisment
ବନ୍ଧକ ରହିଛନ୍ତି ୩୭ ଦାଦନ : ପରିବାର ଲୋକ ଶ୍ରମ ଅଧିକାରୀଙ୍କୁ ଭେଟିଲେ, ଥାନାରେ ଏତଲା ଦେଲେ

ଜୟପୁର/ ଅମ୍ବାଭୋନା : ଚେନ୍ନାଇ, ତେଲେଙ୍ଗାନାରେ ୩୭ ଜଣ ଓଡ଼ିଆ ଶ୍ରମିକ ବନ୍ଧକ ରହିଛନ୍ତି। ସେମାନଙ୍କୁ ସେଠାରେ ଅକଥନୀୟ ନିର୍ଯାତନା ଦିଆଯାଉଛି। ଦରମା ଦୂରେ ଥାଉ ଖାଇବା, ପିଇବାକୁ ଦିଆଯାଉନାହିଁ। ସମ୍ପୃକ୍ତ ଶ୍ରମିକଙ୍କ ପରିବ‌ାର ଲୋକ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିବା ସହିତ ସେମାନଙ୍କୁ ଉଦ୍ଧାର କରିବା ପାଇଁ ନିବେଦନ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଏହି ଶ୍ରମିକମାନଙ୍କ ମଧ୍ୟରୁ ୨୫ ଜଣଙ୍କ ଘର କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ୍‌। ଗତ ଜାନୁଆରୀ ମାସରେ କେତେଜଣ ଦଲାଲ କୁନ୍ଦୁରା ବ୍ଲକ ସିନ୍ଦିଭଟ୍ଟା ଗାଁର ଆମେଲ ଖୋସଲା, ବିଜୟ ଭାଲୁ, ପିନସ ବାଘ, ସୁରେନ୍ଦ୍ର ଖୋସଲା, ମଙ୍ଗରୁ ଦୁରୁଆ, ରାମଥ ଦୁରୁଆ, ପଦରକଣ୍ଟା ଗାଁର ସୁଦର ଦୁରୁଆ, ରଘୁ ଦୁରୁଆ, ସୁକ୍ରି ଦୁରୁଆ, ସନ୍ତାନ ସଗରିଆ, କମଳ ଦୁରୁଆ, ବାକଟିଗୁଡା ଗାଁର ମନଦର ଦୁରୁଆ, ଲଛମନ ଦୁରୁଆ, ଜଗନ୍ନାଥ ଦୁରୁଆ, କୃଷ୍ଣ ଦୁରୁଆ, ରାଜିମଧର ଦୁରୁଆ, ସୂର୍ଯ୍ୟ ଦୁରୁଆ, ସମଦାସ ଦୁରୁଆ, ଶିରିଗୁଡା ଗାଁର ନିଳାମ୍ବର ଦୁରୁଆ, କାନ୍ତ ଦୁରୁଆ, ବେ‌ବି ଦୁରୁଆ, କମଳୁ ଦୁରୁଆ, ଚନ୍ଦ୍ର ହରିଜନ, ନକୂଳ ହରିଜନ, ସୁବା ହରିଜନ ଓ କେରମେଟି ଗାଁର ବନମାଳି ଦୁରୁଆଙ୍କୁ ଅଧିକା ଟଙ୍କାର ଲୋଭ ଦେଖାଇ ନେଇଥିଲେ ଚେନ୍ନାଇ ନେଇ ଯାଇଥିଲେ। ଏବେ ଚେନ୍ନାଇର ଏକ କୁକୁଡା ଫାର୍ମରେ ବନ୍ଧା ପଡିଛନ୍ତି। ଏଠାରେ ଠିକାଦାର ଜଣକ ଶ୍ରମିକଙ୍କୁ ୧୨ରୁ ୧୩ ଘଣ୍ଟା ଖଟାଉଥିବା ଅଭିଯୋଗ ହୋଇଛି। ଆହୁରି ମଧ୍ୟ ଖାଇବା, ପିଇବାକୁ ଦିଆଯାଉନି। ସେମାନେ ଏବେ ଭୟଭୀତ ଅବସ୍ଥାରେ ରହିଥିବାବେଳେ ଆଜି ପରିବାର ଲୋକ ଶ୍ରମ ଅଧିକାରୀଙ୍କ ନିକଟରେ ଦ୍ବାରସ୍ଥ ହୋଇଛନ୍ତି ।

ସେହିଭଳି, ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଚିଚୋଲି ଗ୍ରାମର ୧୨ଜଣ ଦାଦନ ସୁଦୂର ତେଲେଙ୍ଗାନା ରାଜ୍ୟରେ ବନ୍ଧା ପଡ଼ିଛନ୍ତି। ବିନା ପାରିଶ୍ରମିକରେ କାମରେ ନିୟୋଜିତ କରାଯାଇଥିବା ସେମାନଙ୍କ ପରିବାର ଲୋକ ଅଭିଯୋଗ କରିବା ସହିତ ତେଲେଙ୍ଗାନାର ମକତାଳ ଥାନାର ଦ୍ବାରସ୍ଥ ହୋଇଛନ୍ତି।

ଅଭିଯୋଗ ଅନୁସାରେ, ଅମ୍ବାଭୋନା ବ୍ଳକ ଭୁକ୍ତା ଚିଚୋଲି ଗ୍ରାମର ୧୨ଜଣ ଶ୍ରମିକ ଓ ୩ ଜଣ ଶିଶୁ ତେଲେଙ୍ଗାନାର ମହବେବୁନଗର ଜିଲ୍ଲା ଝକଲରସ୍ଥିତ ଏଭିଆର୍‌ ଇଟା ଭାଟିକୁ କାମ କରିବାକୁ ଯାଇଛନ୍ତି। ଭାଟି ମାଲିକ ରେନୁକା ନାଇଡୁ ସେମାନଙ୍କୁ ଅଟକ ରଖିଛି। ବିନା ପାରିଶ୍ରମିକରେ କାମ କରାଇବା ଓ ମାରପିଟ କରୁଥିବା ଦର୍ଶାଇ ସେମାନେ ପରିବାର ସହ ମକତାଳ ଥାନାରେ ଏତଲା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe