ସୁନାବେଡ଼ା ଅଭୟାରଣ୍ୟରୁ ହାଡ଼ କଙ୍କାଳ ଉଦ୍ଧାର ଘଟଣା: ୪ ଅଟକ, ପୁଲିସ୍ ତଦନ୍ତ ଉପରେ ନଜର

Advertisment
ବାହାରୁ ତାଲା ପକାଇ ନିଆଁ ଲଗାଇବା ଘଟଣା: ସ୍ୱାମୀ, ପ୍ରେମିକା ଓ କାକା ପୁଅ ଭାଇ ଗିରଫ

newsfirst.lk

କୋମନା : ନୂଆପଡ଼ା ଜିଲ୍ଲା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟର ରୁପିଆମ୍ବ ନାଳଠାରୁ ମଙ୍ଗଳବାର ଜଣେ ଯୁବତୀଙ୍କ ହାଡ଼ କଙ୍କାଳ କୋମନା ପୁଲିସ୍‌ ଉଦ୍ଧାର କରିଥିଲା। ଘଟଣାସ୍ଥଳରେ ପୁଲିସ୍ ଓ ସାଇଣ୍ଟିଫିକ୍ ଟିମ୍‌ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ଏହି ଘଟଣାରେ ସଂପୃକ୍ତ ଥିବା ସନ୍ଦେହ କରି ପୁଲିସ୍ ୪ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।

ପ୍ରକାଶ ଯେ, କୋମନା ଥାନା ଅଞ୍ଚଳରୁ ୨୦ ବର୍ଷର ଜଣେ ଯୁବତୀ ନିଖୋଜ ହୋଇଥିବା କୋମନା ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାର ବିହିତ ତଦନ୍ତ କରାଯିବାକୁ ସଂପୃକ୍ତ ଯୁବତୀ ରହୁଥିବା ପଡ଼ାବାସୀ ପୁଲିସ୍‌ର ଦ୍ବାରସ୍ଥ ହୋଇଥିଲେ। ହେଲେ ପୁଲିସ୍‌ ଯୁବତୀଙ୍କ ସୁରାକ୍ ପାଇନଥିଲା। ପରେ କୋମନା ବ୍ଲକର ସମାଜସେବୀ ଅଭିନ୍ନ ପୁରୋହିତ ସାଥୀ ଏବଂ ନୂଆପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝୀଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ନୂଆପଡ଼ା ଏସ୍‌ପିଙ୍କୁ ଭେଟି ଯୁବତୀ ନିଖୋଜ ଘଟଣାର ପ୍ରକୃତ ତଦନ୍ତ କରିବାକୁ ଦାବି କରିଥିଲେ। ତେବେ ମଙ୍ଗଳବାର ଜଣେ ଯୁବତୀଙ୍କ ହାଡ଼ କଙ୍କାଳ ସୁନାବେଡ଼ା ଅଭୟାରଣ୍ୟରୁ ମିଳିବା ପରେ ତାହା ସଂପୃକ୍ତ ଯୁବତୀଙ୍କ ହୋଇଥାଇ ପାରେ ବୋଲି ଅଞ୍ଚଳବାସୀ ସନ୍ଦେହ କରିଛନ୍ତି।

ତେବେ ଏହି ଘଟଣାରେ ସଂପୃକ୍ତ ଥିବା ସନ୍ଦେହ କରି ପୁଲିସ୍ କୋମନା ଅଞ୍ଚଳର ୪ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଥିବା ବେଳେ ଯୁବତୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇ ଅଭୟାରଣ୍ୟରେ ଫିଙ୍ଗି ଦେଇଥିବା ସନ୍ଦେହ କରିଛନ୍ତି। ବର୍ତ୍ତମାନ ଏହି ଘଟଣା ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ପୁଲିସ୍‌ର ତଦନ୍ତକୁ ଅନାଇ ରହିଛନ୍ତି। ଏଣୁ ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ ରଖି ଏସ୍‌ପି ନିଜେ ଏଥିରେ ମୁଣ୍ଡ ପୂରାଇ ଘଟଣାର ସତ୍ୟ ଉନ୍ମୋଚନ କରିବାକୁ ପଡ଼ାବାସୀ ଦାବି କରିଛନ୍ତି। ଅନ୍ୟପକ୍ଷରେ ଘଟଣାର ପ୍ରକୃତ ତଦନ୍ତ କରାନଗଲେ ଆନ୍ଦୋଳନ କରିବାକୁ ପଡ଼ାବାସୀ ସଜବାଜ ହେଉଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe