ବୁକ୍ ସର୍କୁଲାର କେହି ମାନୁନାହାନ୍ତି, ବିଧାନସଭାରେ ପୁଣି ଗର୍ଜିଲେ ନରସିଂହ

Advertisment

ବାଚସ୍ପତି କହିଲେ, ଏଥିକ୍ସ କମିଟି ବାବୁଙ୍କୁ ସମନ କରିବ

ବାଚସ୍ପତି କହିଲେ, ଏଥିକ୍ସ କମିଟି ବାବୁଙ୍କୁ ସମନ କରିବ

ପଶ୍ଚିମ ଓଡ଼ିଶାର କେଉଁ ସ୍ଥାନରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ହେବ ସେ କଥା ରାଜ୍ୟ ସରକାର ଲେଖୁନାହାନ୍ତି କାହିଁକି ? ପ୍ରଶ୍ନ ଉଠାଇଲେ ନରସିଂହ ମିଶ୍ର

ଭୁବନେଶ୍ବର : ବୁକ୍ ସର୍କୁଲାର ୪୭ ଉଲ୍ଲଂଘନ ନେଇ ଆଜି ବିଧାନସଭାରେ ପୁଣି ଅସନ୍ତୋଷ ଝାଡିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଆଜି ଶୂନ୍ୟକାଳରେ ଶ୍ରୀ ମିଶ୍ର ଏ ପ୍ରସଙ୍ଗ ଉତ୍ଥାପନ କରି ପ୍ରୋଟକଲ୍ କମିଟି ସଂପର୍କରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ବାଚସ୍ପତି ବୁଲ୍ ସର୍କୁଲାର ୪୭ ମାନିବାକୁ ସମସ୍ତେ ବାଧ୍ୟ ବୋଲି ସୂଚାଇବା ସହିତ ଏହାକୁ ଉଲ୍ଲଂଘନ କଲେ ଏଥିକ୍ସ କମିଟି ସାମ୍ନାକୁ ଏହି ପ୍ରସଙ୍ଗ ବିଧାୟକମାନେ ଆଣିବେ ଓ ଏହି କମିଟି ସଂପୃକ୍ତ ଅଧିକାରୀଙ୍କୁ ସମନ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ଆଜି ଶୂନ୍ୟକାଳରେ ଶ୍ରୀ ମିଶ୍ର କହିଥିଲେ, ବୁକ୍ ସର୍କୁଲାର ୪୭କୁ ପ୍ରତିଦିନ ଉଲ୍ଲଂଘନ ହେଉଛି। କେବଳ ବାବୁ ନୁହେଁ, ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କ କାର୍ଯ୍ୟାଳୟ ବି। ଚିଠିଟିଏ ପଠାଇଲେ ପ୍ରାପ୍ତି ସ୍ବୀକାର ମିଳୁନାହିଁ। ମନ୍ତ୍ରୀ ନିଜ ଦସ୍ତଖତରେ ଏହା ଦେବା କଥା। ସେହିଭଳି ଅଫିସରମାନଙ୍କୁ ଟେଲିଫୋନ କଲେ ସେମାନେ ଧରୁନାହାନ୍ତି। ନିୟମ ଅନୁସାରେ, ଏ ସଂକ୍ରାନ୍ତରେ ରେଜିଷ୍ଟର ରହିବା କଥା। ଯଦି ବିଧାୟକ ଫୋନ କରିଛନ୍ତି ଓ ଅଧିକାରୀ ଜଣକ କୌଣସି ଜରୁରି କାମରେ ବ୍ୟସ୍ତ ଅଛନ୍ତି, ତେବେ ଫେରିବା ପରେ ଆଗ ସଂପୃକ୍ତ ବିଧାୟକଙ୍କୁ ଫୋନ କରିବାର ନିୟମ ରହିଛି। ମାତ୍ର ଏହାକୁ କେହି ମାନୁନାହାନ୍ତି। ଏଠାରେ ମନଇଚ୍ଛା ଶାସନ ଚାଲିଛି। ମୁଖ୍ୟଶାସନ ସଚିବ ଏହାକୁ କଡାକଡି ପାଳନ କରାଯିବ ବୋଲି କହିଲେ। ମାତ୍ର ତାହା ତୁଣ୍ଡରେ ରହିଗଲା। ପୂର୍ବରୁ ଏଥିପାଇଁ ଏକ ପ୍ରୋଟକଲ୍ କମିଟି ଗଠନ କରାଯାଇଥିଲା। ସେତେବେଳେ ସବୁ ଦଳର ବିଧାୟକ ଏହି ନିୟମ ଉଲ୍ଲଂଘନ ନେଇ ସହମତ ଥିଲେ। ଆଜି ବି ସହମତି ଅଛନ୍ତି। କାରଣ, ଯଦି ଏହାପାଳନ ନ ହୁଏ, ତେବେ ଲୋକପ୍ରତିନିଧିଙ୍କୁ କେହି କୁକୁର ପଚାରିବେନି। ସେ ଲୋକଙ୍କୁ ମୁହଁ ଦେଖାଇପାରିବେନି। ବାଚସ୍ପତି ଏହି ପ୍ରସଙ୍ଗରେ ତତ୍କାଳ ପଦକ୍ଷେପ ନେବା ଲାଗି ସେ ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe