ପୁସ୍ତକ ‘କମେଡି ଇନ୍‌ ଖାକି’ ଉନ୍ମୋଚିତ: ପୂର୍ବ ସରକାର ‘କଙ୍କଡ଼ା’ ପାଲଟିଯାଇଥିଲେ: ଧର୍ମେନ୍ଦ୍ର

Advertisment

ଆଜି ଆଇଏମ୍‌ଏମ୍‌ଟି ପ୍ରେକ୍ଷାଳୟରେ ପୂର୍ବତନ ଡିଜିପି ପ୍ରକାଶ ମିଶ୍ରଙ୍କ ‘କମେଡି ଇନ୍‌ ଖାକି’ ପୁସ୍ତକକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ସେ  ପୂର୍ବ ସରକାରଙ୍କୁ ଟ‌ାର୍ଗେଟ କରିଥିଲେ। ଶ୍ରୀ ପ୍ରଧାନ କହିଥିଲେ...

ଆଜି ଆଇଏମ୍‌ଏମ୍‌ଟି ପ୍ରେକ୍ଷାଳୟରେ ପୂର୍ବତନ ଡିଜିପି ପ୍ରକାଶ ମିଶ୍ରଙ୍କ ‘କମେଡି ଇନ୍‌ ଖାକି’ ପୁସ୍ତକକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ସେ  ପୂର୍ବ ସରକାରଙ୍କୁ ଟ‌ାର୍ଗେଟ କରିଥିଲେ। ଶ୍ରୀ ପ୍ରଧାନ କହିଥିଲେ...

gddgdggd

ଭୁବନେଶ୍ବର:  ଆଜି ଆଇଏମ୍‌ଏମ୍‌ଟି ପ୍ରେକ୍ଷାଳୟରେ ପୂର୍ବତନ ଡିଜିପି ପ୍ରକାଶ ମିଶ୍ରଙ୍କ ‘କମେଡି ଇନ୍‌ ଖାକି’ ପୁସ୍ତକକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ସେ  ପୂର୍ବ ସରକାରଙ୍କୁ ଟ‌ାର୍ଗେଟ କରିଥିଲେ। ଶ୍ରୀ ପ୍ରଧାନ କହିଥିଲେ, ‘୨୦୧୪ରେ କେନ୍ଦ୍ରରେ ନୂଆ ସରକାର ଆସିଲା। ମୁଁ ଶୁଣିଲି ଯେ ଓଡ଼ିଆ ଆଇପିଏସ୍‌ ଅଫିସର‌୍ ପ୍ରକାଶ ମିଶ୍ର ସିବିଆଇ ନିର୍ଦ୍ଦେଶକ ହେବେ। ମୁଁ ବହୁତ ଉତ୍ସାହିତ ଥିଲି। କିଛି ସମୟ ପରେ ଉତ୍ସାହ ନିରୁତ୍ସାହରେ ପରିଣତ ହୋଇଗଲା। କାରଣ ପ୍ରକାଶ ମିଶ୍ର ସିବିଆଇ ନିର୍ଦେଶକ ହୋଇପାରିବେ ନାହିଁ। ତାଙ୍କ ନାଁରେ ବହୁତ ଅଭିଯୋଗ ରହିଛି। ଗଡ଼ବଡ଼ କାମରେ ଲିପ୍ତ ଅଛନ୍ତି। ଏଭଳି ଖବର ପରେ ହଠାତ୍‌ କିଛି ବୁଝିପାରିଲି ନାହଁ। କ’ଣ ହେଲା ଭାବି ଟିକିଏ ତନାଘନା କଲା ପରେ ଜାଣିଲି ଯେ ଶ୍ରୀ ମିଶ୍ର ଓଡ଼ିଶା ପୁଲିସ ହାଉସିଂ ଅଧ୍ୟକ୍ଷ ଥିବା ସମୟରେ ଗୋଟିଏ ସିମେଣ୍ଟ ସଂସ୍ଥାକୁ ଅଗ୍ରୀମରେ କିଛି ଟଙ୍କା ଦେଇଥିଲେ। ତାହା ଏତେ ବଡ଼ ଭୁଲ ହୋଇଗଲା ଯେ ମାମଲାର ତଦନ୍ତ ହେଲା। କୋର୍ଟରେ ବିଚାର ଚାଲିଲା। ଶେଷରେ ସେ ଦୋଷମୁକ୍ତ ହେଲେ। ଦୁର୍ଭାଗ୍ୟର ବିଷୟ, ଦୋଷମୁକ୍ତ ଥାଇ ବି ଆମେ ଆମ ଓଡ଼ିଆ ଅଫିସର୍‌ଙ୍କୁ ସିବିଆଇ ନିର୍ଦେଶକ ପଦରୁ ହରାଇଲେ। ଯେଉଁ ବ୍ୟକ୍ତି ଏଭଳି ଅଭିଯୋଗ ଆଣିଥିଲେ ତାଙ୍କୁ ଭଗବାନ ସଦ୍‌‌ବୁଦ୍ଧି ଦିଅନ୍ତୁ। ଅସହିଷ୍ଣୁ ହୋଇ ପୂର୍ବ ସରକାର କଙ୍କଡ଼ା ପାଲଟିଯାଇ ଅନ୍ୟର ଗୋଡ଼ ଟାଣୁଥିଲେ।’ ବୋଲି ସେ କହିଥିଲେ। 

ଏସ୍‌ପି ଓ ଜିଲ୍ଲାପାଳଙ୍କ ପାଇଁ ସତର୍କ ଘଣ୍ଟି
ରହସ୍ୟମୟ ବସ୍‌ଙ୍କ ପୋଲ୍‌ ଖୋଲିଲେ ପ୍ରକାଶ

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପୁସ୍ତକର ଗୋଟିଏ ଚାପ୍ଟର୍‌ ‘ଦି ଅନ୍‌କାନି ବସ୍‌’(ରହସ୍ୟମୟ ମୁଖିଆ)ର କିଛି ପଂକ୍ତି ପଢ଼ି ପୂର୍ବ ସରକାରକୁ ତାଚ୍ଛଲ୍ୟ କରିଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଥିଲେ ଯେ ଏବେ ବି ଅନେକ ଜିଲ୍ଲାର ଆରକ୍ଷୀ ଅଧିକାରୀ, ଜିଲ୍ଲାପାଳମାନେ ପୁଲିସିଂ କାମ କରୁନାହାନ୍ତି। ସେମାନେ ଖଣିଖାଦାନକୁ କିପରି ସୁପରିଚାଳନା କରିବେ, ସେଥିରେ ବେଶୀ ଗୁରୁତ୍ବ ଦେଉଛନ୍ତି। ଏପରି କହି ପରୋକ୍ଷରେ କେନ୍ଦ୍ର ମନ୍ତ୍ରୀ ଜିଲ୍ଲା ଏସ୍‌ପି ଓ ଜିଲ୍ଲାପାଳଙ୍କୁ ସତର୍କ କରାଇଦେଇଥିଲେ।

ଅନ୍ୟପକ୍ଷରେ ନିଜ ପୁସ୍ତକ ସମ୍ପର୍କରେ ଶ୍ରୀ ମିଶ୍ର କହିଥିଲେ ଯେ ଏହି ବହି ଲେଖିବା ପାଇଁ ତାଙ୍କୁ ୬ବର୍ଷ ସମୟ ଲାଗିଥିଲା। ଯେଉଁଥିରେ ପିଲାବେଳର କଥାଠାରୁ ଆରମ୍ଭ କରି ବରିଷ୍ଠ ପୁଲିସ ଅଧିକାରୀ ଭାବେ ବିଭିନ୍ନ ଦାୟିତ୍ବରେ ଥିବା ସମୟରେ କିଭଳି ପ୍ରତିବନ୍ଧକକୁ ସାମ୍ନା କରିଛନ୍ତି, ତାହା ଉଲ୍ଲେଖ ରହିଛି। କାରଣ ସେ ଯେଉଁ ବସ୍‌ଙ୍କ ପାଖରେ କାମ କରୁଥିଲେ ସେ ରହସ୍ୟମୟ ଥିଲେ। ରାଜ୍ୟର ସମ୍ବେଦନଶୀଳ ମାମଲାକୁ ଅତି ହାଲୁକା ଭାବେ ନେଉଥିଲେ। କୌଣସି ପରିସ୍ଥିତି ବୁଝିବା ପାଇଁ ତାଙ୍କ ପାଖରେ ସମୟ ନଥିଲା। ବସ୍‌ ସବୁ କଥାରେ ନିଜ ସହଯୋଗୀକୁ ସାମିଲ୍‌ କରୁଥିଲେ। ନିଜେ କୌଣସି ନିଷ୍ପତ୍ତି ନେଇପାରୁ ନଥିଲେ। ଯାହାର ଫଳ ଆଜି ଭୋଗିବାକୁ ପଡ଼ିଛି ବୋଲି ଶ୍ରୀ ମିଶ୍ର କହିଥିଲେ।  ଉନ୍ମୋଚନ ଉତ୍ସବରେ ପୂର୍ବତନ ଡିଜିପି ବିପିନ ବିହାରୀ ମିଶ୍ର, ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ପ୍ରସନ୍ନ ମିଶ୍ର ଓ ଆଇଏମ୍‌ଏମ୍‌ଟିର ନିର୍ଦ୍ଦେଶକ ରାମାନୁଜ ନାରାୟଣ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜର ମତ ରଖିଥିଲେ। ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି, ପ୍ରାଶାସନିକ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe