‘ନିର୍ବାଚନ ୨୦୨୪: ଓଡ଼ିଶା ରାଜନୀତିର କଡ଼ ଲେଉଟାଣି’ ପୁସ୍ତକ ଉନ୍ମୋଚିତ, ‘ନିର୍ବାଚନ ସମ୍ପର୍କିତ ପୁସ୍ତକ ଭବିଷ୍ୟତ ଜନପ୍ରତିନିଧିଙ୍କୁ ଅନୁପ୍ରାଣିତ କରିଥାଏ’

Advertisment

ସବୁ ନିର୍ବାଚନର ନିଜସ୍ୱ ଚରିତ୍ର ଅଛି। ନିର୍ବାଚନ ସମୟରେ ପ୍ରସଙ୍ଗ, ପ୍ରଚାରଶୈଳୀ ଭିନ୍ନ ଥାଏ। ଅନେକ ସମୟରେ ନୂଆ ନୂଆ ବିଷୟର ଅଭ୍ୟୁଦୟ ହୋଇଥାଏ। ନିର୍ବାଚନ ସମ୍ପର୍କିତ ପୁସ୍ତକ ଭବିଷ୍ୟତ ପିଢ଼ିର ଜନପ୍ରତିନିଧିଙ୍କୁ ଅନୁପ୍ରାଣିତ କରିଥାଏ।

ସବୁ ନିର୍ବାଚନର ନିଜସ୍ୱ ଚରିତ୍ର ଅଛି। ନିର୍ବାଚନ ସମୟରେ ପ୍ରସଙ୍ଗ, ପ୍ରଚାରଶୈଳୀ ଭିନ୍ନ ଥାଏ। ଅନେକ ସମୟରେ ନୂଆ ନୂଆ ବିଷୟର ଅଭ୍ୟୁଦୟ ହୋଇଥାଏ। ନିର୍ବାଚନ ସମ୍ପର୍କିତ ପୁସ୍ତକ ଭବିଷ୍ୟତ ପିଢ଼ିର ଜନପ୍ରତିନିଧିଙ୍କୁ ଅନୁପ୍ରାଣିତ କରିଥାଏ।

ddffvcvcf

ଭୁବନେଶ୍ୱର: ସବୁ ନିର୍ବାଚନର ନିଜସ୍ୱ ଚରିତ୍ର ଅଛି। ନିର୍ବାଚନ ସମୟରେ ପ୍ରସଙ୍ଗ, ପ୍ରଚାରଶୈଳୀ ଭିନ୍ନ ଥାଏ। ଅନେକ ସମୟରେ ନୂଆ ନୂଆ ବିଷୟର ଅଭ୍ୟୁଦୟ ହୋଇଥାଏ। ନିର୍ବାଚନ ସମ୍ପର୍କିତ ପୁସ୍ତକ ଭବିଷ୍ୟତ ପିଢ଼ିର ଜନପ୍ରତିନିଧିଙ୍କୁ ଅନୁପ୍ରାଣିତ କରିଥାଏ। ଅନୁରୂପ ଭାବେ ‘ନିର୍ବାଚନ ୨୦୨୪: ଓଡ଼ିଶା ରାଜନୀତିର କଡ଼ ଲେଉଟାଣି’ ପୁସ୍ତକ ଓଡ଼ିଆ ସାମାଜିକ ଜୀବନରେ ପ୍ରେରକ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ଜୟଦେବ ଭବନ ପ୍ରେକ୍ଷାଳୟରେ ପେନ୍‌ଇନ୍‌ ବୁକ୍‌ସ ପକ୍ଷରୁ ପ୍ରକାଶିତ ତଥା ବରିଷ୍ଠ ସାମ୍ବାଦିକ ଚୌଧୁରୀ ଅମିତାଭ ଦାସଙ୍କ ଦ୍ୱାରା ଲିଖିତ ଏହି ପୁସ୍ତକର ଲୋକାର୍ପଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ, ଏହି ପୁସ୍ତକରେ ୨୦୨୪ ନିର୍ବାଚନର ଟିକିନିଖି ବିବରଣୀକୁ ସ୍ଥାନ ଦିଆଯାଇଛି। ପୁସ୍ତକଟି ତଥ୍ୟଭିତ୍ତିକ ଏବଂ ଅନେକ ଅକୁହା ଓ ସାର୍ବଜନୀନ କଥା ଏଥିରେ ଉଲ୍ଲେଖ ଅଛି। ଅନେକ ରାଜ୍ୟରେ ନିର୍ବାଚନ ଶେଷ ହେବା ଉପରାନ୍ତେ ପ୍ରବୀଣ ସାମ୍ବାଦିକମାନେ ନିର୍ବାଚନକୁ ନେଇ ପୁସ୍ତକ ଲେଖନ୍ତି। ଓଡ଼ିଶାରେ ମଧ୍ୟ ଆଜି ସେଭଳି ଜାତୀୟସ୍ତରୀୟ ପୁସ୍ତକ ଉନ୍ମୋଚନ ହେବା ଖୁସିର ବିଷୟ।

ପୂର୍ବରୁ ୨୦୨୪ ଭଳି ନିର୍ବାଚନର ଉଦାହରଣ ନାହିଁ: ପ୍ରସାଦ
ନିର୍ବାଚନରେ ସବୁ ବୁଝିସୁଝି ଲୋକ ଭୋଟ୍‌ ଦିଅନ୍ତି: ତନୟା

କେନ୍ଦ୍ର ମନ୍ତ୍ରୀ କହିଥିଲେ, ଗତ ନିର୍ବାଚନରେ ଓଡ଼ିଆ ଲୋକମାନଙ୍କର ବିଜୟ ହୋଇଛି। ଓଡ଼ିଆ ଲୋକମାନେ ସ୍ୱାଭିମାନୀ। ସେମାନଙ୍କ ଭିତରେ ସହିବାର ଗୋଟିଏ ସୀମା ଅଛି। ଏଥର ଓଡ଼ିଆ ଲୋକମାନଙ୍କ ନିର୍ଣ୍ଣୟ ପାଇଁ ବିଜେପିର ବିଜୟ ହୋଇଛି। ବିଜେପି ସରକାରକୁ ଆସିଛି। ସରକାର ଗଠନ ହେବା ପରେ ‘ସୁଭଦ୍ରା’ ଭଳି ଯୋଜନାରେ ୧ କୋଟି ହିତାଧିକାରୀ ଯୋଡ଼ି ହୋଇଛନ୍ତି। ଧାନର ଏମ୍‌ଏସ୍‌ପି କ୍ୱିଣ୍ଟାଲ୍‌ ପିଛା ୩୧୦୦ ଟଙ୍କାକୁ ବୃଦ୍ଧି କରିବା ଭଳି ଅନେକ ନିର୍ବାଚନ ପ୍ରତିଶ୍ରୁତିକୁ ବିଜେପି ପୂରଣ କରିଛି ବୋଲି ସେ କହିଥିଲେ।  

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଲେ, ପୂର୍ବରୁ ୨୦୨୪ ଭଳି ନିର୍ବାଚନର ଉଦାହରଣ ନାହିଁ। କାଳ କଡ଼ ଲେଉଟାଇବା ଏକ ଧାରା। ଏହି ଧାରା ରାଜନୀତିରେ ମଧ୍ୟ ଥାଏ। ଗତ ନିର୍ବାଚନରେ ରାଜ୍ୟ ରାଜନୀତିରେ ବିରାଟ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ଯେଉଁମାନେ ଲୋକଙ୍କ କଥା ନ ଶୁଣନ୍ତି, ନ ବୁଝନ୍ତି ସେମାନଙ୍କୁ ପଛରେ ବାହୁନିବାକୁ ପଡ଼ିଥାଏ ବୋଲି ଶ୍ରୀ ହରିଚନ୍ଦନ କହିଥିଲେ। ଏହି ପୁସ୍ତକ ଏକ ସମୀକ୍ଷା ସମ୍ବଳିତ ପୁସ୍ତକ ହେତୁ ପାଠକ ମନରେ ପ୍ରଭାବ ପକାଇବ ବୋଲି ସେ କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ‘ସମ୍ବାଦ’ର ସମ୍ପାଦିକା ତନୟା ପଟ୍ଟନାୟକ କହିଲେ, ୨୦୨୪ ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଏକ ପରିବର୍ତ୍ତନର ସଂକେତ ମିଳିଥିଲା। ଅତଏବ ଏହି ବିଜୟ ବିଜେପିର ନୁହେଁ, ବରଂ ଲୋକମାନେ ବିଜେଡିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ବୁଝିବାକୁ ହେବ। ନିର୍ବାଚନରେ ଲୋକ ବୁଝିସୁଝି ଭୋଟ୍‌ ଦିଅନ୍ତି ଏହା ତାର ଏକ ସଂକେତ ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ। ପ୍ରକାଶକ ଶୁଭ୍ରାଂଶୁ ପଣ୍ଡା ସ୍ବାଗତ ଭାଷଣ ଦେଇଥିଲେ। ନିର୍ବାଚନ ସମୟର ସମସ୍ତ ରାଜନୈତିକ ଘଟଣାବଳୀକୁ ଅନାସକ୍ତ ଓ ନିରପେକ୍ଷ ଭାବେ ପୁସ୍ତକରେ ଉପସ୍ଥାପନ କରାଯାଇଛି ବୋଲି ଲେଖକ ଶ୍ରୀ ଦାସ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe