ଏବେ ବହି କିଣିବାର ବେଳ

Advertisment
ଏବେ ବହି କିଣିବାର ବେଳ

ଭୁବନେଶ୍ୱର,: ଅନାବନା ବହିର ସମ୍ଭାର ଭିତରେ ବୁଡ଼ୁଛନ୍ତି ପାଠକ। କେଉଁଠି ଅଡିଓରେ କବିତାର ଧାରା ଶୁଣି ବିଭୋର ଶ୍ରୋତାଟିଏ ଅଟକି ଯାଉଛି ତ ପୁଣି କେଉଁଠି ମେଞ୍ଚାମେଞ୍ଚା ଆଖି ଘୂରି ବୁଲୁଛି ଅସଂଖ୍ୟ ଭିଡ଼ ଭିତରେ। ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଭୁବନେଶ୍ୱର ପୁସ୍ତକମେଳାରେ ଭିଡ଼ ଧୀରେଧୀରେ ଜମି ଆସୁଛି। ସନ୍ଧ୍ୟା ହେଲେ ଖଚାଖଚ ଭର୍ତି ହୋଇଯାଉଛି ପୁସ୍ତକ ମେଳା ପରିସର। କିଏ ପୁସ୍ତକ ଦେଖିବାରେ ବ୍ୟସ୍ତ ରହୁଛି ତ କିଏ ପୁସ୍ତକ ଷ୍ଟଲ୍‌ର ଭିଡ଼ ଭିତରେ ଖାଦ୍ୟ ଷ୍ଟଲ୍‌ ପାଖେ କ୍ଷଣେ ଅଟକି ଯିବାକୁ ବାଧ୍ୟ ହେଉଛି। ପିଲାଏ ଖୋଜି ଖୋଜି ଚଟିି ଗପ ବହି ଓ ଚିତ୍ର ପୁସ୍ତିକା କିଣିବାରେ ମନ ବଳାଉଛନ୍ତି। ଯୁବକମାନେ ବି ଗପ ଓ କବିତା ବହି ସାଙ୍ଗକୁ ପ୍ରତିଯୋଗିତାମୂଳକ ବହି ଖୋଜାଖୋଜିରେ ମସଗୁଲ୍‌ ରହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe