ରାଜଧାନୀର ବିଭିନ୍ନ ସପିଂ ମଲରେ କୋଭିଡ ବୁଷ୍ଟର୍ ଡୋଜ ପ୍ରଦାନ ପ୍ରକ୍ରିୟା ଆରମ୍ଭ

Advertisment
ରାଜଧାନୀର ବିଭିନ୍ନ ସପିଂ ମଲରେ କୋଭିଡ ବୁଷ୍ଟର୍ ଡୋଜ ପ୍ରଦାନ ପ୍ରକ୍ରିୟା ଆରମ୍ଭ

Pragativadi

ଭୁବନେଶ୍ବର: ଆଜିଠାରୁ ଭୁବନେଶ୍ୱରର ବିଭିନ୍ନ ସପିଂ ମଲରେ କୋଭିଡ ବୁଷ୍ଟର୍ ଡୋଜ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଭୁବନେଶ୍ୱର ମହାନଗର ନିଗମ ତରଫରୁ ଏହି ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଏମସି ମେୟର ସୁଲୋଚନା ଦାସ ଓ ବିଏମସି କମିସନର ବିଜୟ ଅମୃତ କୁଲାଙ୍ଗେ ଏହି ପ୍ରକ୍ରିୟାର ଉଦଘାଟନ କରିଛନ୍ତି। ପାତ୍ରପଡା ସ୍ଥିତ ଡି ଏନରେ ଗାଲିଆ ମଲ, ରୁଦ୍ରପୁରଠାରେ ଥିବା ସିମ୍ଫନି ମଲ ଏବଂ ରସୁଲଗଡ଼ରେ ଥିବା ଏସପ୍ଲାନେଡ ମଲରେ ଏହି ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଠାରେ ୧୮ ବର୍ଷରୁ ଅଧିକ ଲୋକଙ୍କ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ଆରମ୍ଭ ହୋଇଛି। ପ୍ରଥମ ଓ ଦ୍ଵିତୀୟ ଡୋଜ ନେଇସାରିଥିବା ଲୋକମାନେ ଏହି ମଲମାନଙ୍କୁ ଆସି ନିଜ ବୁଷ୍ଟର୍ ଡୋଜ ନେଇପାରିବେ ବୋଲି ଜଣାଯାଇଛି। ପୂର୍ବରୁ ଭୁବନେଶ୍ୱରରେ କ୍ୟାପିଟାଲ ହସ୍ପିଟାଲ, ବିଏମସି ହସ୍ପିଟାଲ,ଏମ୍ସ ହସ୍ପିଟାଲ ସମେତ କିଛି ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏହି ପ୍ରିକସନ ଡୋଜ ଦିଆଯାଉଥିଲା।
ଆଗାମୀ ଦିନରେ ରାଜଧାନୀରେ ଥିବା ଅନ୍ୟ ମଲମାନଙ୍କରେ ମଧ୍ୟ ଏହି ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସୁଲୋଚନା ଦାସ କହିଛନ୍ତି। ସେପଟେ ଭୁବନେଶ୍ୱରରେ ଟେଷ୍ଟିଂ ବଢୁଥିବା କାରଣରୁ ସଂକ୍ରମିତଙ୍କ ସଂଖ୍ୟା ବଢୁଛି ବୋଲି କହିଛନ୍ତି। ବିଏମସି କମିସନର ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି, ଭୁବନେଶ୍ୱର ମହାନଗର ନିଗମ ତରଫରୁ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି, ଆଗାମୀ ଦିନରେ ଆବଶ୍ୟକ ପଡ଼ିଲେ ବେଡ ସଂଖ୍ୟା ମଧ୍ୟ ବଢାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe