ପଞ୍ଚାୟତ ନିର୍ବାଚନରେ ନିୟୋଜିତ ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରିକସନାରୀ ଡୋଜ୍

Advertisment

ଫେବ୍ରୁଆରି ୪ ସୁଦ୍ଧା ନେବା ପାଇଁ ଜିଲ୍ଲା ପ୍ରଶାସନର ନିେର୍ଦ୍ଦଶ

ଫେବ୍ରୁଆରି ୪ ସୁଦ୍ଧା ନେବା ପାଇଁ ଜିଲ୍ଲା ପ୍ରଶାସନର ନିେର୍ଦ୍ଦଶ

ୟୁନିସେଫ୍‌ ରିପୋର୍ଟ: ମହାମାରୀ ବି ଟିକାକରଣକୁ ରୋକିପାରିନାହିଁ, ଦେଶରେ ଓଡ଼ିଶା ଆଗରେ

sfchronicle.com

ବାଲେଶ୍ବର: ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନିୟୋଜିତ ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀ କୋଭିଡ୍-୧୯ ଟିକାର ପ୍ରିକସନାରୀ(ପ୍ରାକ୍ ସାବଧାନତା) ଡୋଜ୍ ନେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିେର୍ଦ୍ଦଶ ଦିଆଯାଇଛି। ଏଥି ଲାଗି ପ୍ରତି ବ୍ଲକରେ ପ୍ରିଜାଇଡିଂ ଅଧିକାରୀ, ପୋଲିଂ ଅଧିକାରୀ ଓ କର୍ମଚାରୀଙ୍କ ନିମନ୍ତେ ସ୍ବତନ୍ତ୍ର ଟିକାକରଣ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ପଂଚାୟତ ନିର୍ବାଚନରେ ନିୟୋଜିତ ହେବା ନେଇ ଯେଉଁ ଅଧିକାରୀ ଓ କର୍ମଚାରୀମାନଙ୍କୁ ଆଦେଶପତ୍ର ପ୍ରାପ୍ତ ହୋଇଛି ସେମାନେ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ର ଅଥବା ସ୍ବତନ୍ତ୍ର ଟିକାକରଣ କେନ୍ଦ୍ରରେ ଏହାକୁ ଦେଖାଇ ଟିକା ନେଇପାରିବେ। ଜିଲ୍ଲାରେ ଏଥିଲାଗି ମୋଟ ୩୭ଟି ସ୍ବତନ୍ତ୍ର ଟିକାକରଣ କେନ୍ଦ୍ର ଖୋଲାଯାଇଛି। ଯେଉଁଠାରେ ସକାଳ ୯ଘଟିକାରୁ ସନ୍ଧ୍ୟା ୫ଘଟିକା ପର୍ଯ୍ୟନ୍ତ ଟିକାଦାନ କରାଯାଉଛି। ଦ୍ବିତୀୟ ଡୋଜ୍ ନେବାର ତିନିମାସ ପରେ ଏହି ପ୍ରିକସନାରୀ ଡୋଜ୍ ନେଇ ହେବ। ଆସନ୍ତା ଫେବ୍ରୁଆରି ୪ ତାରିଖ ସୁଦ୍ଧା ଏହି ପ୍ରିକସନାରୀ ଡୋଜ୍ ନେବାକୁ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ନିେର୍ଦ୍ଦଶ ଦେଇଛନ୍ତି। ନିର୍ବାଚନରେ ନିୟୋଜିତ ଅଧିକାରୀ ଓ କର୍ମଚାରୀମାନେ ଯେପରି ନିର୍ଦ୍ଧାରିତ ତାରିଖ ସୁଦ୍ଧା ପ୍ରିକସନାରୀ ଡୋଜ୍ ନିଅନ୍ତି ତାହାକୁ ସମ୍ପୃକ୍ତ କାର୍ଯ୍ୟାଳୟ ମୁଖ୍ୟ/ବିଭାଗୀୟ ମୁଖ୍ୟ ସୁନିଶ୍ଚିତ କରିବେ। ଏ ନେଇ କୌଣସି ସନ୍ଦେହ ବା ଦ୍ବନ୍ଦ ଥିଲେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ମେଡିକାଲ୍ ଅଧିକାରୀ କିମ୍ବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe