ବସ୍ତା ବ୍ଲକର ବିଭିନ୍ନ ସ୍ଥାନରେ ବୁଥ୍ ଜବରଦଖଲ ନେଇ କଂଗ୍ରେସର ଅଭିଯୋଗ

Advertisment
ବସ୍ତା ବ୍ଲକର ବିଭିନ୍ନ ସ୍ଥାନରେ ବୁଥ୍ ଜବରଦଖଲ ନେଇ କଂଗ୍ରେସର ଅଭିଯୋଗ

ବସ୍ତା: ବାଲେଶ୍ଵର ଜିଲ୍ଲାର ସବୁଠାରୁ ସ୍ପର୍ଶକାତର ଓ ସମ୍ବେଦନଶୀଳ ଅଞ୍ଚଳ କୁହାଯାଉଥିବା ବସ୍ତା ବ୍ଲକର ବିଭିନ୍ନ ସ୍ଥାନରେ ବୁଥ୍ ଜବରଦଖଲର ଅଭିଯୋଗ ହୋଇଛି। ୩୧ଟି ପଞ୍ଚାୟତ ମଧ୍ୟରୁ ବସ୍ତାର ରାଙ୍ଗି, ମୁକୁନ୍ଦୁସି, କାଦ୍ରିୟାଁ ଓ ଭେଲୁରା ବୁଥରେ ଜବରଦଖଲ କରାଯାଇଥିବାର ଅଭିଯୋଗ ହୋଇଛି। କଂଗ୍ରେସ ପକ୍ଷରୁ ଏଭଳି ଅଭିଯୋଗ ଅଣାଯାଇଛି। ପୁଲିସର ଉପସ୍ଥିତିରେ ବୁଥ୍ ଜବରଦଖଲର ଅଭିଯୋଗ କରିଛି କଂଗ୍ରେସ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଅଧିକ ସୂଚନା ଦିଆଯିବ ବୋଲି ବାଲେଶ୍ଵର ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରି କହିଛନ୍ତି।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଆଜି ବାଲେଶ୍ଵର ଜିଲ୍ଲାର ସବୁଠାରୁ ସ୍ପର୍ଶକାତର ଓ ସମ୍ବେଦନଶୀଳ ଅଞ୍ଚଳ କୁହାଯାଉଥିବା ବସ୍ତା ଓ ବାଲିଆପାଳ ବ୍ଲକର ୮୪୯ ଟି ବୋଥରେ ପୂର୍ବାହ୍ନ ୭ ଠାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିଲା।ଏହି ଦୁଇ ବ୍ଲକରେ ମୋଟ ୩୧୦୫୦୧ ଜଣ ଭୋଟର ରହିଥିବା ବେଳେ ସେମାନଙ୍କ ଦ୍ବାରା ୨୪୨୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ବୋଲି ଜଣାଯାଇଛି।
ବସ୍ତା ବ୍ଲକରେ ୪ ଟି ଜିଲ୍ଲା ପରିଷଦ ଜୋନ ପାଇଁ,୩୧ ଟି ପଞ୍ଚାୟତର ୩୧ ଟି ସରପଞ୍ଚ ପଦବୀ ଏବଂ ୩୧ ସମିତି ସଭ୍ୟ ପଦବୀ ଓ ୪୬୦ ଟି ଓ୍ବାର୍ଡ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ଜିଲ୍ଲା ପରିଷଦରେ ୧୬ ଜଣ,ସରପଞ୍ଚ ରେ ୧୦୧ ଜଣ,ସମିତି ସଭ୍ୟ ରେ ୮୬ ଜଣ ଓ ଓ୍ବାର୍ଡସଭ୍ୟରେ ୧୦୦୭ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe