ଯାଜପୁର ଜିଲ୍ଲାରେ ପୁଣି ନିର୍ବାଚନୀ ହିଂସା: ବୁଥ୍ ଜବରଦଖଲ, ଏଜେଣ୍ଟଙ୍କୁ ମାଡ଼

Advertisment
ଯାଜପୁର ଜିଲ୍ଲାରେ ପୁଣି ନିର୍ବାଚନୀ ହିଂସା: ବୁଥ୍ ଜବରଦଖଲ, ଏଜେଣ୍ଟଙ୍କୁ ମାଡ଼

ଯାଜପୁର: ଯାଜପୁର ଜିଲ୍ଲାରେ ପୁଣି ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲାର ଦଶରଥପୁର ଜୟନ୍ତରା ପଞ୍ଚାୟତର ୧ ନଂ ବୁଥକୁ ଜବରଦଖଲ କରାଯାଇ କେବଳ ଜଣେ ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ କରାଯାଇଥିବାର ଅଭିଯୋଗ ହୋଇଛି। ଏହି ଘଟଣାରେ ଜଣେ ଏଜେଣ୍ଟଙ୍କୁ ମାଡ଼ ବି ଦିଆଯାଇଛି। ଏନେଇ ଏଜେଣ୍ଟ ଦେବାଶିଷ ବାରିକ ଥାନାର ଦ୍ବାରସ୍ଥ ହୋଇଛନ୍ତି। ମତଦାତାମାନଙ୍କ ଉପସ୍ଥିତିରେ ଏଭଳି ଅଘଟଣ ଘଟିଥିବା କୁହାଯାଉଛି।

ଦଶରଥପୁର ଜୟନ୍ତରା ପଞ୍ଚାୟତର ୧ ନଂ ବୁଥରେ ଏଜେଣ୍ଟ ଦେବାଶିଷ ବାରିକଙ୍କୁ ମାଡ଼ ମାରି ତାଙ୍କର ମୁଣ୍ଡ ଫଟାଇବା ସହ ମୋବାଇଲ ଛଡ଼ାଇ ନେଇଛନ୍ତି। ଏଜେଣ୍ଟ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଉକ୍ତ ବୁଥରେ ଜଣେ ଲୋକ ସବୁ ଭୋଟ ପକାଉଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe