ବୁଥ୍‌ ଜବରଦଖଲ ଅଭିଯୋଗ

ବୁଥ୍‌ ଜବରଦଖଲ ଅଭିଯୋଗ

Odisha News In English

କେନ୍ଦୁଝର: କେନ୍ଦୁଝର ସଦର ବ୍ଲକ୍‌ ୫ ନମ୍ବର ଜିଲ୍ଲାପରିଷଦ ଜୋନ୍‌ ମହାଦେଈଯୋଡ଼ା ପଞ୍ଚାୟତ ସଲରାପେଣ୍ଠର ୭ ନମ୍ବର ବୁଥ୍ ଜବରଦଖଲ ଘଟଣାରେ ବିଜେପି ଜିଲ୍ଲାପରିଷଦ ପ୍ରାର୍ଥୀ ବିଶ୍ବନାଥ ମାଝୀ ଏବଂ ଏଜେଣ୍ଟମାନଙ୍କ ପକ୍ଷରୁ କେନ୍ଦୁଝର ସଦର ଥାନାରେ ଅଭିଯୋଗ କରାଯାଇଛି। ଶ୍ରୀ ମାଝୀ ଲିପୁନ ପଲେଇ, ଲିପୁନ ମହାନ୍ତ, ମୋହନ ପଲେଇଙ୍କ ସମେତ ୧୦ଜଣଙ୍କ ନାମରେ ଅଭି‌ଯୋଗ କରିବା ସହ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଅଭିଯୋଗପତ୍ରରେ ପ୍ରାର୍ଥୀ ବିଶ୍ବନାଥ ମାଝୀଙ୍କ ସମେତ ଏଜେଣ୍ଟ ସୁଦର୍ଶନ ପେଣ୍ଠେଇ, ସୁତରା ପେଣ୍ଠେଇ, ଭାଗୀରଥି ପେଣ୍ଠଇ ସ୍ବାକ୍ଷର କରିଛନ୍ତି।

ମହାଦେଈଯୋଡା ପଞ୍ଚାୟତ ସଲରାପେଣ୍ଠ ଗ୍ରାମର ବୁଥ୍‌ ନମ୍ବର ୭ରେ ଗତକାଲି ମତଦାନ ହୋଇଥିଲା। ସୂଚନାଯୋଗ୍ୟ, ଗତକାଲି ମତଦାନ ଚାଲିଥିବା ବେଳେ ସମୟ ପ୍ରାୟ ସାଢ଼େ ୧୨ଟା ବେଳେ କିଛି ଯୁବକ ଜୋର ଜବରଦସ୍ତ ବୁଥ୍‌ରେ ପ୍ରବେଶ କରି ଭୋଟ ଦେଇଥିଲେ। ଏହାକୁ ନେଇ ବିଜେପି ଏଜେଣ୍ଟ ପ୍ରତିବାଦ କରିବାରୁ ଉତ୍ତେଜନା ଦେଖାଦେଇଥିଲା। ଦୀର୍ଘ ସମୟ ଉତ୍ତେଜନା ପ୍ରକାଶ ପାଇବା ସହ ସ୍ଥାନୀୟ ଗ୍ରାମବାସୀ ବୁଥ୍‌ ଜବରଦଖଲ ଅଭିଯୋଗରେ ପୁଲିଂ ଅଧିକାରୀଙ୍କୁ ଅଟକ ରଖିଥିଲେ। ଖବରପାଇ ବିଜେପି ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ସମେତ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ ସେଠାରେ ପହଞ୍ଚି ଧାରଣା ଦେଇଥିଲେ। ଆଜି ଏଠାରେ ପୁନଃମତଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe