ବୋର୍ଡର ସ୍ୱତନ୍ତ୍ର ଅଡିଟ୍‌ ଶେଷ; ରିପୋର୍ଟକୁ ଅପେକ୍ଷା

Advertisment
ବୋର୍ଡର ସ୍ୱତନ୍ତ୍ର ଅଡିଟ୍‌ ଶେଷ; ରିପୋର୍ଟକୁ ଅପେକ୍ଷା

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ମୁଖ୍ୟ କାର୍ଯ୍ୟାଳୟରେ ଚାଲିଥିବା ସ୍ୱତନ୍ତ୍ର ଅଡିଟ ଶେଷ ହୋଇଛି। ଅକ୍ଟୋବର ୧୬ ତାରିଖରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅଡିଟ୍‌ ୨୮ତାରିଖ ଦିନ ଶେଷ ହୋଇଥିବା ବେଳେ ରିପୋର୍ଟରୁ କି ପ୍ରକାର ତଥ୍ୟ ସାମନାକୁ ଆସୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ବୋର୍ଡ କାର୍ଯ୍ୟାଳୟରେ ବର୍ଷବର୍ଷ ଧରି ଚାଲିଥିବା ବିଭିନ୍ନ ଅନିୟମିତତା ସଂପର୍କରେ ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ଏପରିକି ବୋର୍ଡ ଆର୍ଥିକ କେଳେଙ୍କାରୀ ସଂକ୍ରାନ୍ତରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା। ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିସନର ବୋର୍ଡର ସ୍ୱତନ୍ତ୍ର ଅଡିଟ୍‌ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅକ୍ଟୋବର ୧୬ ତାରିଖରୁ ଦୁଇ ଜଣ ଅଡିଟର ବୋର୍ଡ କାର୍ଯ୍ୟାଳୟରେ ଅଡିଟ୍‌ ଆରମ୍ଭ କରିଥିଲେ। ବୋର୍ଡ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟରେ ଜେନେରାଲ କ୍ୟାସ୍‌ ବୁକ୍‌ ନଥିବା, ବିନା ଟେଣ୍ଡରରେ ୨୦୧୨ ମସିହାରୁ ହାଇଦ୍ରାବାଦ୍‌ର ଏକ ନିିର୍ଦ୍ଦିଷ୍ଟ କମ୍ପ୍ୟୁଟର ଫାର୍ମକୁ ପରୀକ୍ଷା, ସାର୍ଟିଫିକେଟ୍‌, ମାର୍କସିଟ୍‌ ପ୍ରସ୍ତୁତି କାର୍ଯ୍ୟ ଦିଆଯିବା, ବୋର୍ଡର ସିକ୍ରେଟ୍‌ ପାଣ୍ଠିକୁ ମନଇଚ୍ଛା ଖର୍ଚ କରାଯାଇଥିବା ଅଭିଯୋଗ ହୋଇ ଆସିଥିବା ବେଳେ ଅଡିଟରୁ ଏଭଳି ତଥ୍ୟ ସାମନାକୁ ଆସିଛି କି ନାହିଁ, ତାହା ରିପୋର୍ଟରୁ ସ୍ପଷ୍ଟ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe