Deccan Herald
ବ୍ରଜରାଜନଗର: ଇବ୍ ନଦୀରୁ ବାଲି ଉଠାଣକୁ ନେଇ ରାଜପୁର ପଞ୍ଚାୟତ ଅନ୍ତର୍ଗତ ଦେଓଗାଁ ଏବଂ ଏଚ୍. କଣ୍ଟାପାଲି ଗାଁ ଭିତରେ ସୀମା ବିବାଦ ଦେଖାଦେଇଛି। ଏଚ୍. କଣ୍ଟାପଲିର ଲିଜଧାରୀ ଦେଓଗାଁ ପଟୁ ବାଲି ଉଠାଉଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ନଦୀଭିତରୁ ରାଜସ୍ବ ବିଭାଗ ଦୁଇଟି ହାଇୱା ଜବତ କରିଥିଲା।
ଗ୍ରାମବାସୀଙ୍କ ତରଫରୁ ପୂର୍ବତନ ସମିତିସଭ୍ୟ ଗଣେଶରାମ ବାଗ, ୱାର୍ଡମେମ୍ବର ଲତିକା ମାଝୀ, ମନ୍ଦର ମାଝୀ, ପିଣ୍ଟୁ ଦିଲ୍ଳା, କୌଶଲ୍ୟା ସେଠ୍, ହରି କଟା ଓ ଅନେକ ମହିଳା ଏବଂ ଗ୍ରାମବାସୀ ବାଲିଉଠାକୁ ବିରୋଧ କରିଥିଲେ। ଖବର ପାଇ ଅତିରିକ୍ତ ତହସିଲଦାର କିଶୋର ସାହୁ, ରାଜପୁର ଆରଆଇ ନନ୍ଦିତା କିଶନ, ଏଆରଆଇ ପ୍ରକାଶ ନାଏକ, ଏଚ୍. କଣ୍ଟାପାଲି ଆରଆଇ ସସ୍ମିତା ବେହେରା, ଗାନ୍ଧୀଛକ ଫାଣ୍ଡି ଅଧିକାରୀ ଏସ. କେ. ପଟେଲ ଉପସ୍ଥିତ ରହି ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ। ସୀମା ନିର୍ଦ୍ଧାରଣ ପରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ରାଜସ୍ବ ବିଭାଗ ଜବତ ଦୁଇଟି ହାଇୱାଠାରୁ ୩୦ ହଜାର ଟଙ୍କା ଫାଇନ ଆଦାୟ କରି ଛାଡ଼ିଦେଇଛି।
Follow Us