ସିଲ୍ ହେଲା ଓଟି ରୋଡ୍ ସୀମାନ୍ତ ରାସ୍ତା

Advertisment
ସିଲ୍ ହେଲା ଓଟି ରୋଡ୍ ସୀମାନ୍ତ ରାସ୍ତା

ଜଳେଶ୍ୱର : ଜଳେଶ୍ୱର ସହର ମଧ୍ୟ ଦେଇ ଯାଇଥିବା ଓଟିରୋଡ ଅଗ୍ରଵାଲା ଛକ ନିକଟ ସୀମାନ୍ତ ରାସ୍ତାକୁ ଗୁରୁବାର ଦିନ ରାତି ୮ଟାରେ ପୁଲିସ ଓ ପ୍ରଶାସନ ପକ୍ଷରୁ ବାଉଁଶ ପୋତି ସିଲ୍ କରି ଦିଆଯାଇଛି। ୬୦ ନଂ ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲପ୍ଲାଜା ଠାରେ ଗତ ୫ ଦିନ ଧରି ପଶ୍ଚିମବଙ୍ଗ ଫେରନ୍ତା ଓ ଯାନବାହନ ଗୁଡ଼ିକର ଯାଞ୍ଚ କଡ଼ାକଡ଼ି ହେବା ଫଳରେ ଏହି ଓଟି ରୋଡ ଦେଇ ବହୁ ଲୋକ ଓ ଯାନବାହନ ଓଡ଼ିଶା ମଧ୍ୟକୁ ଅବାଧରେ ପ୍ରବେଶ କରୁଥିଲେ। ପୁଲିସ ଓ ପ୍ରଶାସନ ମୁଖ୍ୟରାସ୍ତା ଜଗିଥିବା ବେଳେ ଗଳାବାଟ ମୁକୁଳା ପଡ଼ିଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇ ଆସୁଥିଲା। ଫଳ ସ୍ୱରୂପ, ଆଜି ଓଟି ରୋଡ ସିଲ କରିଛି ପ୍ରଶାସନ।

ତେବେ ଟୋଲପ୍ଲାଜାର ଠିକ୍ ୧୦୦ ମିଟର ପୂର୍ବରୁ  ଥିବା ରାଜପଥରୁ ଓଟି ରୋଡକୁ ସଂଯୋଗ କରୁଥିବା ସ୍ଲିପ ରୋଡଟି ସିଲ କରାଯାଇ ନାହିଁ। ଫଳରେ ଏହି ରାସ୍ତାରେ ପଶ୍ଚିମବଙ୍ଗ ଫେରନ୍ତା ଓଡ଼ିଶାକୁ ପ୍ରବେଶ କରିବା ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ଏହି ରାସ୍ତା ଉପରେ କଡ଼ା ନଜର ରଖିବା ପାଇଁ ସାଧାରଣରେ ଦାବି ହୋଇଛି। ପ୍ରକାଶଯୋଗ୍ୟ,ଏଥି ପୂର୍ବରୁ ଆମ୍ବିଳିଅଠା ସୀମାନ୍ତର ସୋଲପଟା ରାସ୍ତାକୁ ପୁଲିସ ଓ ପ୍ରଶାସନ ବାଉଁଶ ପୋତି ସିଲ୍ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe