ଜଗତସିଂହପୁର: ପାରାଦୀପ ସମୁଦ୍ର ଉପକୂଳରୁ ଧରାଯାଇଛି ବିରଳ ପ୍ରଜାତିର ୧୭ଟି ତେଲିଆ ବୋରେଇ ମାଛ। ଧରାପଡ଼ିଥିବା ମାଛର ମୂଲ୍ୟ ୧୯ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ପାରାଦୀପର ପାର୍ବତୀ ନାମକ ବୋଟ୍ ମାଛ ମାରିବାକୁ ଯାଇଥିବା ବେଳେ ଗୋଟିଏ ଜାଲରେ ୧୭ଟି ମାଛ ପଡ଼ିଯାଇଥିଲେ। ଗୋଟିଏ ମାଛର ଓଜନ ପ୍ରାୟ ୨୦ କିଲୋ ପର୍ଯ୍ୟନ୍ତ ଥିଲା। ଏତେଗୁଡ଼ିଏ ମାଛ ଏକ ସଙ୍ଗେ ପଡ଼ିଯାଇଥିବାରୁ ବୋଟର ଜାଲ ଓଜନିଆ ହୋଇଯାଇଥିଲା। ଜାଲ ଯେଭଳି ଛିଣ୍ଡି ନଯିବ, ସେଥିପାଇଁ ବୋଟ୍ କର୍ମଚାରୀମାନେ ସତର୍କତାର ସହ ଜାଲକୁ ପାଣିରେ ଭସାଇ ଭସାଇ କୂଳକୁ ଆଣିଥିଲେ। ଏହି ମାଛ ପାରାଦୀପ ମାଛଧରା ବନ୍ଦରକୁ ଆସିବା ପରେ ନିଲାମ ଡକାଯାଇଥିଲା। କିଲୋ ପ୍ରତି ପ୍ରାୟ ୬ ହଜାର ଟଙ୍କା ନିଲାମ ଡକା ଯିବାରୁ ମାଲିକ ପାରାଦୀପରେ ମାଛ ବିକ୍ରି ନକରି ତାହାକୁ ଦୀଘା ନେଇଯାଇଥିବା ଜଣାପଡ଼ିଛି। ସେଠାରେ ଏହି ମାଛ କିଲୋ ପିଛା ୧୪ ହଜାର ଟଙ୍କାରେ ବିକ୍ରି ହେଉଥିବା ବେଳେ ମାଛର ମୋଟ ମୂ୍ଲ୍ୟ ପ୍ରାୟ ୧୯ ଲକ୍ଷ ଟଙ୍କା ଆକଳନ କରାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us