କଂଗ୍ରେସକୁ ଭୟ ଦେଖାଇ ଆୟକର ମାମଲାରେ ଫସାଯାଇଛି

Advertisment
କଂଗ୍ରେସକୁ ଭୟ ଦେଖାଇ ଆୟକର ମାମଲାରେ ଫସାଯାଇଛି

 ଜୟପୁର: କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ବିଜେଡି ସର୍ବବୃହତ୍ତ ନିର୍ବାଚନୀ ଚାନ୍ଦା ଆଦାୟକାରୀ। ଉଭୟ ଦଳ ବିଭିନ୍ନ ଶିଳ୍ପପତି, ପୁଂଜିପତିଙ୍କ ଠାରୁ କୋଟି କୋଟି ଟଙ୍କା ନିର୍ବାଚନୀ ବଣ୍ଡ ନାଁରେ ଚାନ୍ଦା ଆଦାୟ କରିଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶଶିଭୁଷଣ ପାତ୍ର, ମିଡିଆ ମୁଖପାତ୍ର ବିନୋଦ ମହାପାତ୍ର କହିଛନ୍ତି।

କେନ୍ଦ୍ରରେ ଥିବା ବିଜେପି ୬ବର୍ଷ ମଧ୍ୟରେ ୮ହଜାର ୨୫୨କୋଟି ନିର୍ବାଚନୀ ଚାନ୍ଦା ଆଦାୟ କରିଛି। ସେଭଳି ରାଜ୍ୟର ଶାସନ କରୁଥିବା ବିଜେଡିକୁ ବିଭିନ୍ନ ଖଣି ଓ ଷ୍ଟିଲ କଂପାନିଗୁଡିକ ୬୬୯କୋଟି ଟଙ୍କାର ଚାନ୍ଦା ଦେଇଛନ୍ତି। ଦେଶର ଆଂଚଳିକ ଦଳରେ ଚାନ୍ଦା ଆଦାୟରେ ୫ମ ଦଳ ଭାବେ ବିଜେଡିର ସ୍ଥାନ ରହିଛି ବୋଲି ଏମାନେ ଅଭିଯୋଗ କରିଥିଲେ।

ଅପରପକ୍ଷରେ ବିଜେପି ଓବିଜେଡି ଭୟଭୀତ ହୋଇ ଅଖିଳ ଭାରତୀୟ କ‌ଂଗ୍ରେସର ବ୍ୟାଙ୍କ ଆକାଉଣ୍ଟକୁ ଇନକମ୍ ଟାକ୍ସ ଯାଂଚ ନାଁରେ ବନ୍ଦ କରିଛନ୍ତି। ଏହା କେତେ ଦୁର ଯୁକ୍ତି ସଂଗତ। ଗଣତନ୍ତ୍ର ବଂଚି ନାହିଁ କି ବୋଲି ଏମାନେ ଅଭିଯୋଗ କରିଥିଲେ। ରାଜ୍ୟର ବିଜେଡି ଖଣି, ପାଣି ଓ ଜଙ୍ଗଲ ଆଦି ବାହାର ରାଜ୍ୟର ଶିଳ୍ପପତ୍ତି, ପୁଜିଂପତ୍ତିଙ୍କ ହାତକୁ ଟେକି ଦେଉଛି। ଏହାର ସ୍ପଷ୍ଟୀକରଣ ବିଜେଡି ରଖୁ ବୋଲି ଏମାନେ ଦାବି କରିଥିଲେ। ଜିଲ୍ଲା ମିଡିଆ ସଂଯୋଜକ ସୁକାନ୍ତ ପଟ୍ଟନାୟକ, ମୁଖପାତ୍ର ଦେବେନ୍ଦ୍ର ବାହିନୀପତି ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe