ଶିମିଳିପାଳ ଛାଡ଼ି ଝାଡ଼ଖଣ୍ଡରେ ବୁଲୁଛି ‘ଜୀନତ୍‌’: ଉଭୟ ରାଜ୍ୟର ବିନ ବିଭାଗ ସଜାଗ

Advertisment

ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ଛାଡ଼ି ଚାଲିଯାଇଛି ମହାବଳ ବାଘୁଣୀ ‘ଜୀନତ୍‌’। ୨୭୫୦ ବର୍ଗ କିମି ପରିବ୍ୟାପ୍ତ ବିଶାଳ ଜଙ୍ଗଲକୁ ଡେଇଁ ୨ ଦିନ ହେଲା ଝାଡ଼ଖଣ୍ଡ ପଳାଇଛି। ସେ ଏବେ ଝାଡ଼ଖଣ୍ଡର ଜାମସେଦପୁର ବନଖଣ୍ଡରେ...

ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ଛାଡ଼ି ଚାଲିଯାଇଛି ମହାବଳ ବାଘୁଣୀ ‘ଜୀନତ୍‌’। ୨୭୫୦ ବର୍ଗ କିମି ପରିବ୍ୟାପ୍ତ ବିଶାଳ ଜଙ୍ଗଲକୁ ଡେଇଁ ୨ ଦିନ ହେଲା ଝାଡ଼ଖଣ୍ଡ ପଳାଇଛି। ସେ ଏବେ ଝାଡ଼ଖଣ୍ଡର ଜାମସେଦପୁର ବନଖଣ୍ଡରେ...

fshhfsfhshf

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ଛାଡ଼ି ଚାଲିଯାଇଛି ମହାବଳ ବାଘୁଣୀ ‘ଜୀନତ୍‌’। ୨୭୫୦ ବର୍ଗ କିମି ପରିବ୍ୟାପ୍ତ ବିଶାଳ ଜଙ୍ଗଲକୁ ଡେଇଁ ୨ ଦିନ ହେଲା ଝାଡ଼ଖଣ୍ଡ ପଳାଇଛି। ସେ ଏବେ ଝାଡ଼ଖଣ୍ଡର ଜାମସେଦପୁର ବନଖଣ୍ଡରେ ରହିଥିବା ବେଳେ ଉଭୟ ରାଜ୍ୟର ବନ ବିଭାଗ ସମେତ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ୩ ଜଣିଆ ସ୍ବତନ୍ତ୍ର ଟିମ୍‌ ଜୀନତ୍‌ ଉପରେ ତୀକ୍ଷ୍ମ ନଜର ରଖିଛନ୍ତି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ (ଏସ୍‌ଟିଆର୍‌) କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ; ଗତମାସ ୧୪ ତାରିଖରେ ମହାରାଷ୍ଟ୍ର ତଡ଼ବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଅଭୟାରଣ୍ୟରୁ ଆସିଥିବା ବାଘୁଣୀ ଜୀନତ୍‌କୁ ୧୦ ଦିନ ଏନ୍‌କ୍ଲୋଜର୍‌ରେ ରଖାଯିବା ପରେ ନଭେମ୍ବର ୨୪ରେ ମୁକ୍ତ ଜଙ୍ଗଲରେ ଛଡ଼ା ଯାଇଥିଲା। ଏହାର ବେକରେ ଲାଗିଥିବା ରେଡିଓ କଲାର୍‌, ଜିପିଏସ୍‌ ଓ କ୍ୟାମେରା ଦ୍ବାରା ଗତିବିଧି ଯାଞ୍ଚ କରାଯାଉଥିଲା।  ପ୍ରାୟ ୧୩ ଦିନ ଧରି ବାଘୁଣୀଟି ଶିମିଳିପାଳର ବିଭିନ୍ନ ଜଙ୍ଗଲରେ ଘୂରି ବୁଲିବା ପରେ ଗତ ରବିବାର ରାତିରେ ବାଙ୍ଗିରିପୋଷି ରେଞ୍ଜ ଅଧୀନ ଯୋକା ଅଞ୍ଚଳ ଦେଇ ଓଡ଼ିଶା ସୀମା ପାର କରି ଝାଡ଼ଖଣ୍ଡ ଯାଇଥିଲା। ଏବେ ସେ ଝାଡ଼ଖଣ୍ଡରେ ଦିନକୁ ୧୦ରୁ ୧୨ କିମି ବାଟ ଅତିକ୍ରମ କରୁଛି।

ଉଭୟ ରାଜ୍ୟର ବିନ ବିଭାଗ ସଜାଗ
୧ କିମି ପରିଧିରେ କର୍ମଚାରୀ ଜଗିଛନ୍ତି: ଏସ୍‌ଟିଆର୍‌

ଜାମସେଦପୁର ବନ କର୍ମଚାରୀ, ଏସ୍‌ଟିଆର୍‌ର ଅନୁଧ୍ୟାନକାରୀ ଟିମ୍‌ ଜୀନତର ଗତିବିଧି ଉପରେ ନଜର ରଖିଛନ୍ତି। ବାଘୁଣୀର ସୁରକ୍ଷା ପାଇଁ ତା’ ପଛେ ପଛେ ବନ ବିଭାଗର ଟିମ୍‌, ୧ କିମି ପରିଧି ମଧ୍ୟରେ ସଜାଗ ରହିଛି। ଖୁବ୍‌ଶୀଘ୍ର ଜୀନତ୍‌ ଜଙ୍ଗଲରେ ନିଜ ସୀମା ଚିହ୍ନଟ କରି ଶିମିଳିପାଳକୁ ଫେରିଆସିବ ବୋଲି ଆଶା କରାଯାଉଛି। ତେବେ, ଏହା ଏକ ମୁକ୍ତ ଜନ୍ତୁ ହୋଇଥିବାରୁ କୌଣସି ପରିସ୍ଥିତିରେ ବାଘୁଣୀକୁ ଘଉଡ଼ାଇବା ବା ବିଚଳିତ କରିବାର ନିୟମ ନାହିଁ। ତେଣୁ ସେ ଯେଉଁଆଡ଼େ ଯିବ, କେବଳ ତା’ ଉପରେ ନଜର ରଖାଯିବ। ତେବେ ଜାମସେଦପୁର ଜଙ୍ଗଲକୁ ଲାଗି ବ୍ୟସ୍ତବହୁଳ ରାଜପଥ ଯାଇଥିବାରୁ ଜୀନତ୍‌ ପ୍ରତି ବିପଦ ରହିଛି। ତେଣୁ ରାସ୍ତାଆଡ଼କୁ ଆସିଲେ ତାକୁ ଜଙ୍ଗଲ ଭିତରକୁ ଫେରାଇ ଆଣିବା ପାଇଁ ବନ ବିଭାଗ ସଜାଗ ରହିଥିବା କର୍ତ୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe