ବୌଦ୍ଧ ଜିଲ୍ଲା ଡ୍ରାଇଭର ସଂଘର ଷ୍ଟିଅରିଂ ଛାଡ଼ ଆନ୍ଦାଳନ

Advertisment
ବୌଦ୍ଧ ଜିଲ୍ଲା ଡ୍ରାଇଭର ସଂଘର ଷ୍ଟିଅରିଂ ଛାଡ଼ ଆନ୍ଦାଳନ

ବୌଦ୍ଧ: ଓଡ଼ିଶା ଡ୍ରାଇଭର ସଂଘର ୧୦ ଦଫା ଦାବିକୁ ପୂରଣ କରିବାରେ ରାଜ୍ୟ ସରକାର ଟାଳଟୁଳ ନୀତି ଅବଲମ୍ବନ କରିୁଥିବା ଅଭିଯୋଗରେ ବୌଦ୍ଧ ଜିଲ୍ଲା ସଂଘ ଗୁରୁବାର ସକାଳ ୬ଟାରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନର ଡାକରା ଦେଇଥିଲା। ସକାଳୁ ସଂଘର କର୍ମକର୍ତ୍ତା ବିଜୁ ପଟ୍ଟନାୟକ ଛକରେ ଏକତ୍ରିତ ହୋଇଥିଲେ। ସୁରକ୍ଷା ଯୋଗୁଁ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ପୁଲିସ ବଳ ମୁତୟନ କରାଯାଇଥିଲା। ପୁଲିସ ଅଧିକାରୀମାନେ ଡ୍ରାଇଭର ସଂଘର କର୍ମକର୍ତ୍ତାଙ୍କ ଗତିବିଧି ଉପରେ ତୀକ୍ଷ୍‌ଣ ନଜର ରଖିଥିଲେ।

୫୭ ନଂ ଜାତୀୟ ରାଜପଥ ଓ ରେଢ଼ାଖୋଲ-କିଆକଟା ରାସ୍ତା ଅତିକ୍ରମ କରିଥିବା ଏହି ଚାରିଛକରେ ଯାନବାହନ ଚଳାଚଳ ସ୍ବାଭାବିକ ‌ରହିଥିଲା। ସେହିପରି ବୌଦ୍ଧ ବସ‌ଷ୍ଟାଣ୍ଡରୁ ମଧ୍ୟ ସ୍ବାଭାବିକ ଭାବରେ ବସ୍‌ ଚଳାଚଳ କରିଥିଲା। ଏ ବିଷୟରେ ସଂଘର ଜିଲ୍ଲା ସଭାପତି ବିପିନ ବ୍ରହ୍ମାଙ୍କୁ ପଚାରିବାରେ ଆମେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନର ଡାକରା ଦେଇଛୁ। ଆମେ ରାସ୍ତାକୁ ଓହ୍ଲେଇବୁ ନାହିଁ କି ରାସ୍ତା ବନ୍ଦ କରି କାହାରି ଅସୁବିଧା କରିବୁ ନାହିଁ। ବୌଦ୍ଧ ଜିଲ୍ଲାରେ ୮ ହଜାର ଲାଇସେନ୍‌ସ ପ୍ରାପ୍ତ ସଂଘର ସଦସ୍ୟ ନିଜେ ଷ୍ଟିଅରିଂ ଛାଡ଼ କରୁଛୁ। ପଞ୍ଚାୟତ, ବ୍ଲକ ଓ ଜିଲ୍ଲାର ସମସ୍ତ ସଭ୍ୟ ପ୍ରତିଦିନ ତିନି ଥର ହାଜିରା ପକାଇବେ। ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ ତୀବ୍ର ରୂପ ନେବ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe