ବୌଦ୍ଧବାସୀଙ୍କୁ ୧୧୪ କୋଟି ଟଙ୍କା ନବବର୍ଷ ଉପହାର ଦେଲେ ମୁଖ୍ୟମନ୍ତ୍ରୀ; ୨୭ଟି ପ୍ରକଳ୍ପର ଶୁଭାରମ୍ଭ

Advertisment
ବୌଦ୍ଧବାସୀଙ୍କୁ ୧୧୪ କୋଟି ଟଙ୍କା ନବବର୍ଷ ଉପହାର ଦେଲେ ମୁଖ୍ୟମନ୍ତ୍ରୀ; ୨୭ଟି ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୌଦ୍ଧବାସୀଙ୍କୁ ୧୧୪ କୋଟି ଟଙ୍କାର ନବବର୍ଷ ଉପହାର ଦେଇଛନ୍ତି। ଏହି ଅର୍ଥରେ ବୌଦ୍ଧ ଜିଲ୍ଲାର ୨୭ଟି ପ୍ରକଳ୍ପ ନିର୍ମାଣ ହେବ।  ମୁଖ୍ୟମନ୍ତ୍ରୀ  ଆଜି ଲୋକସେବା ଭବନରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବୌଦ୍ଧ ଜିଲ୍ଲା ମହୋତ୍ସବ ଉଦ୍‌ଘାଟନ କରିବା ଅବସରରେ ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବୌଦ୍ଧ ମହୋତ୍ସବ ଜିଲ୍ଲା ତଥା ରାଜ୍ୟରେ କଳାର ପ୍ରସାରରେ ସଫଳ ହେବା ସହିତ କଳାକାରମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ।

ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବୌଦ୍ଧ ସହରର ପାନୀୟ ଜଳ ପ୍ରକଳ୍ପର ଶୁଭ ଉଦଘାଟନ ଏବଂ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିର୍ମାଣ ପାଇଁ ୬୦ କୋଟି ଟଙ୍କା ବିନିଯୋଗ କରାଯିବ। ଏହି କାମ ଠିକ୍‌ ସମୟରେ ଶେଷ ହେବା ସହିତ ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜି ଆରମ୍ଭ ହୋଇଥିବା ଅନ୍ୟାନ୍ୟ ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି- ସଡ଼କ ପ୍ରକଳ୍ପ, ସ୍ପୋର୍ଟସ କଂପ୍ଲେକ୍ସ, ଛାତ୍ରୀ ନିବାସ ଏବଂ ଆହୁରି ଅନେକ ପ୍ରକଳ୍ପ। ଏହି ସବୁ ପ୍ରକଳ୍ପଗୁଡ଼ିକ ବୌଦ୍ଧ ଜିଲ୍ଲାରେ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି କାର୍ଯ୍ୟକ୍ରମରେ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ପଞ୍ଚାୟତିରାଜ ଓ ପାନୀୟ ଜଳ ତଥା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା, କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ, ବୌଦ୍ଧ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe