କଂଗ୍ରେସରୁ ଇସ୍ତଫା ଦେଲେ ବୌଦ୍ଧ ଜିଲ୍ଲା ଛାତ୍ର ସଭାପତି, ଯୁବ ସଂଯୋଜକ

Advertisment
କଂଗ୍ରେସରୁ ଇସ୍ତଫା ଦେଲେ ବୌଦ୍ଧ ଜିଲ୍ଲା ଛାତ୍ର ସଭାପତି, ଯୁବ ସଂଯୋଜକ

ଲକ୍ଷ୍ମୀପ୍ରସାଦ: ବୌଦ୍ଧ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିକ୍ରମ ପ୍ରଧାନ ଏବଂ ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ଯୁବ ସଂଯୋଜକ ସୁଶୀଳ କୁମାର ହୋତା ଶୁକ୍ରବାର ଦିନ ନିଜ ପଦବିରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଶ୍ରୀ ହୋତା ଦୀର୍ଘ ୧୫ ବର୍ଷ ହେବ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟରତ ଥିବା ବେଳେ ଶ୍ରୀ ପ୍ରଧାନ ୧୨ ବର୍ଷ ହେବ ତୃଣମୂଳ ସ୍ତରରେ କାମ କରୁଥିଲେ।

ଏହି ଦୁଇ ନେତା ଏକ ଇସ୍ତଫା ପତ୍ର ଲେଖି ପ୍ରଦେଶ ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ୟାସିର ନୱାଜଙ୍କୁ ମେଲ ମାଧ୍ୟମରେ ପ୍ରଦାନ କରିଛନ୍ତି। ଏହା ସହ ଶନିବାର ଏହି ଦୁଇଜଣ ସଦସ୍ୟ ବିଜେପିର ମିଶ୍ରଣ ପର୍ବରେ ସାମିଲ ହୋଇଛନ୍ତି। ସେହିପରି ବୌଦ୍ଧ ନିର୍ବାଚନ ମଣ୍ଡଳୀ ସଭାପତି ଦେବାଶିଷ ମେହେର ମଧ୍ୟ ଇସ୍ତଫା ଦେଇଛନ୍ତି। କଂଗ୍ରେସରୁ ଏହି କର୍ମୀ ଇସ୍ତଫା ଦେଉଥିବାରୁ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ସ୍ଥିତି କଣ ରହିବ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe