ବୌଦ୍ଧରେ ପର୍ଯ୍ୟଟନର ଅପାର ସମ୍ଭାବନା ରହିଛି: ମୁଖ୍ୟମନ୍ତ୍ରୀ

Advertisment

ଶିଳ୍ପବିହୀନ ବୌଦ୍ଧ ଜିଲ୍ଲାକୁ କିଛି ଉଦ୍ୟୋଗୀ ଆସିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ପର୍ଯ୍ୟଟନ କ୍ଷେତ୍ରରେ ଏହି ଜିଲ୍ଲାରେ ଅପାର ସମ୍ଭାବନା ରହିଛି। ଜିଲ୍ଲାରେ ଜଳସେଚନ ବୃଦ୍ଧି ଉପରେ ଗୁରୁତ୍ବ ଦିଆଯାଉଛି.....

ଶିଳ୍ପବିହୀନ ବୌଦ୍ଧ ଜିଲ୍ଲାକୁ କିଛି ଉଦ୍ୟୋଗୀ ଆସିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ପର୍ଯ୍ୟଟନ କ୍ଷେତ୍ରରେ ଏହି ଜିଲ୍ଲାରେ ଅପାର ସମ୍ଭାବନା ରହିଛି। ଜିଲ୍ଲାରେ ଜଳସେଚନ ବୃଦ୍ଧି ଉପରେ ଗୁରୁତ୍ବ ଦିଆଯାଉଛି.....

gdvccvvf

ବୌଦ୍ଧ: ଶିଳ୍ପବିହୀନ ବୌଦ୍ଧ ଜିଲ୍ଲାକୁ କିଛି ଉଦ୍ୟୋଗୀ ଆସିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ପର୍ଯ୍ୟଟନ କ୍ଷେତ୍ରରେ ଏହି ଜିଲ୍ଲାରେ ଅପାର ସମ୍ଭାବନା ରହିଛି। ଜିଲ୍ଲାରେ ଜଳସେଚନ ବୃଦ୍ଧି ଉପରେ ଗୁରୁତ୍ବ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରବିବାର ବୌଦ୍ଧ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଜିଲ୍ଲାକୁ ଖୁବ୍‌ଶୀଘ୍ର ରେଳ ଗଡ଼ିବ ଓ ୩ ଶହ ଶଯ୍ୟାବିଶିଷ୍ଟ ଡାକ୍ତରଖାନା କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ଶ୍ରୀ ମାଝୀ ରବିବାର ପ୍ରଥମଥର ପାଇଁ ବୌଦ୍ଧ ଗସ୍ତରେ ଆସି ସ୍ଥାନୀୟ କଚେରି ପଡ଼ିଆରେ ହେଲିକପ୍ଟରରୁ ଓହ୍ଲାଇଥିଲେ। 

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେଠାରେ ଥିବା ସଦ୍‌ଭାବନା ସଭାଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ସ୍ଥାନୀୟ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ, କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗ, ଜିଲ୍ଲାପାଳ ସୁବ୍ରତ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଏସ୍‌ପି ରାହୁଲ୍ ଗୋଏଲ୍‌ଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। 

ଜିଲ୍ଲାସ୍ତରୀୟ ବିକାଶମୂଳକ କାର୍ଯ୍ୟର ସମୀକ୍ଷା
ସାଧାରଣ ସଭାରେ ଉଦ୍‌ବୋଧନ, ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେଲେ

ପ୍ରାୟ ଅଢ଼େଇ ଘଣ୍ଟା ପରେ ଦୁଇ ବିଧାୟକ ଓ ସାଂସଦଙ୍କ ସହ ମୁଖ୍ୟମନ୍ତ୍ରୀ ବାହାରକୁ ଆସି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ। ନୂଆ ସରକାର ଗଠନକୁ ୧୧ ମାସ ଅତିବାହିତ ହୋଇଥିବାବେଳେ ଏଭଳି ଜିଲ୍ଲାସ୍ତରୀୟ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ତାଙ୍କ ପାଇଁ ପ୍ରଥମ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏଥିସହ ଜିଲ୍ଲାରେ ଆୟୁଷ୍ମାନ କାର୍ଡ ବଣ୍ଟନ, ସୁଭଦ୍ରା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଓ ଅନ୍ତ୍ୟୋଦୟ ଯୋଜନାର ସର୍ଭେ, ଧାନ ସଂଗ୍ରହ ଆଦି କାର୍ଯ୍ୟ ଭଲ ଚାଲିଥିବା ବେଳେ କିଛି ବିକାଶମୂଳକ କାର୍ଯ୍ୟ ବିଳମ୍ବିତ ହୋଇଥିବା ପ୍ରକାଶ କରିଥିଲେ। ଅପରାହ୍ଣ ସାଢ଼େ ୪ଟାରେ ସରସରାସ୍ଥିତ ଖେଳପଡ଼ିଆରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ‘ଅପରେସନ୍‌ ସିନ୍ଦୂର’ରେ ଭାରତୀୟ ସେନାବାହିନୀର ପରାକ୍ରମକୁ ପ୍ରଶଂସା କରିଥିଲେ। ପରେ ସେଠାରୁ ଆରମ୍ଭ ହୋଇଥିବା ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇ ସନ୍ଧ୍ୟାରେ ଭୁବନେଶ୍ବର ଫେରିଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe