ବୌଦ୍ଧ: ଟ୍ରାକ୍ଟର୍‌ ଓଲଟି ଜଣେ ମୃତ; ତିିନି ଆହତ

Advertisment
ବୌଦ୍ଧ: ଟ୍ରାକ୍ଟର୍‌ ଓଲଟି ଜଣେ ମୃତ; ତିିନି ଆହତ

ବୌଦ୍ଧ: ରବିବାର ସକାଳେ ବିରିଗଡ଼ ଗାଁ ପାଖ ନାଳରୁ ବାଲି ଉଠାଇ ଆଣୁଥିବା ଏକ ଟ୍ରାକ୍ଟର୍‌ ଓଲଟି ପଡ଼ିବା ଯୋଗୁଁ ଜଣଙ୍କର ମୃତ୍ୟୁ ହେବା ସହ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି।

ମୃତ ବ୍ୟକ୍ତିଙ୍କ ନାମ ୨୪ ବର୍ଷିୟ ସୁଧୀର ମାଝୀ। ଏହି ଦୁର୍ଘଟଣାରେ ଟ୍ରାକ୍ଟର୍‌ ଚାଳକ ରୁକ୍ମଣ ପ୍ରଧାନ ଏବଂ ଅନ୍ୟ ଦୁଇ ଜଣ ଶ୍ରମିକ ଆହତ ହୋଇଛନ୍ତି।

ଗତକାଲି ରାତି ଅଧରେ ଝଡ଼ବତାସ ଏବଂ ବର୍ଷା ଯୋଗୁଁ ବାଲି ଉଠାଯାଉଥିବା ଅଞ୍ଚଳରେ ମାଟି ବତୁରି ଯାଇଥିଲା। ଫଳତଃ ନାଳ ମଧ୍ୟରୁ ବାଲି ଉଠାଇ ସାରି ଉପରକୁ ଉଡୁଥିବା ବେଳେ ଭଡ଼ସା ଦବି ଯିବାରୁ ଟ୍ରାକ୍ଟର୍‌ ଓଲଟି ପଡ଼ିଥିଲା।

ସେମାନଙ୍କୁ ଗ୍ରାମବାସୀ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe