ଲକ୍‌ଡାଉନ ସମୟରେ ୨୦ ଫୁଟ୍ ଗଭୀରର କୂଅ ଖୋଳି ଉଦାହରଣ ସୃଷ୍ଟି କରିଲେ ବୌଦ୍ଧ ଜିଲ୍ଲାର ଅର୍ଜୁନ କହଁରଙ୍କ ପରିବାର

Advertisment
ଲକ୍‌ଡାଉନ ସମୟରେ ୨୦ ଫୁଟ୍ ଗଭୀରର କୂଅ ଖୋଳି ଉଦାହରଣ ସୃଷ୍ଟି କରିଲେ ବୌଦ୍ଧ ଜିଲ୍ଲାର ଅର୍ଜୁନ କହଁରଙ୍କ ପରିବାର

ବୌଦ୍ଧ: କଠିନ ପରିଶ୍ରମ ଓ ପ୍ରତିବଦ୍ଧତା ଥିଲେ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ। ଏଭଳି କିଛି କରିଦେଖାଇଛନ୍ତି ବୌଦ୍ଧ ଜିଲ୍ଲା ଠିଡ଼କାଜୋର ଗାଁର ଏକ ଶ୍ରମଜୀବୀ ପରିବାର। ଲକ୍‌ଡାଉନରେ ଜୀବିକା ହରାଇ ଶ୍ରମଜୀବୀ ପରିବାର ଘରେ ବସି ସରକାରୀ ସହାୟତାକୁ ଚାତକ ପରି ଅନେଇ ବସିଥିବା ବେଳେ ଏ କ୍ଷେତ୍ରରେ କିଛି ଅଲଗାକରି ଦେଖାଇଛନ୍ତି ଏହି ପରିବାର । ପରିବାରର ସମସ୍ତ ସଦସ୍ୟ ମିଶି ନିଜ ଘରପାଖରେ ଲକ୍‌ଡାଉନ ସମୟରେ ୨୦ ଫୁଟ୍ ଗଭୀରର ଏକ କୂଅ ଖୋଳି ଉଦାହରଣ ସୃଷ୍ଟି କରିପାରିଛନ୍ତି।

ଏଭଳି ଉଦାହରଣ ସୃଷ୍ଟି କରିଛନ୍ତି ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ହରଭଙ୍ଗା ବ୍ଲକ୍ ସଦର ମହକୁମା ଠିଡିକାଯୋର (ଚାରିଛକ) ଗ୍ରାମର ଅର୍ଜୁନ କହଁର ପରିବାର । ଗ୍ରୀଷ୍ମଋତୁରେ ଚାରିଛକ ଅଞ୍ଚଳରେ ପାନୀୟ ଜଳ କଷ୍ଟ ପ୍ରତି ବର୍ଷ ଦେଖାଯାଇଥାଏ । ସରକାରଙ୍କ ପକ୍ଷରୁ ପାନୀୟଜଳ ପ୍ରକଳ୍ପ ନିର୍ମାଣ ହୋଇଛି, ମାତ୍ର ଅନେକ ସମୟରେ ଜଳଯୋଗଣରେ ବ୍ୟତିକ୍ରମ ଦେଖାଯାଏ। ଏହି କାରଣରୁ କରୋନା ପ୍ରତିରୋଧରେ ଲକଡାଉନ ଘୋଷଣା କରାଯିବାରୁ ଅର୍ଜୁନ କହଁର ଘରେ ବସିବା ଅପେକ୍ଷା କୂଅଟିଏ ଖୋଳି ପରିବାରର ଜଳକଷ୍ଟ ଦୂର କରିବାକୁ ନିଷ୍ପତ୍ତି ନେଇଥିଲେ ।

ପତ୍ନୀ ଓ ପିଲାଙ୍କ ସହ ମିଶି ବର୍ତ୍ତମାନ ସୁଦ୍ଧା ୨୦ ଫୁଟ୍ ଗଭୀରର କୂଅ ଖୋଳି ସାରିଲେଣି । କୂଅରୁ ପାଣି ବାହାରିଲାଣି ଓ ପରିଶ୍ରମର ଫଳ ପାଇ ଏବେ ସାରା ପରିବାର ଖୁସିରେ । ଆଉ ୪/୫ ଫୁଟ ଖୋଳି ତାହାକୁ ଇଟାରେ ବାନ୍ଧିପାରିଲେ ପରିବାରର ଜଳକଷ୍ଟ ଦୂରୀଭୂତ ହୋଇପାରିବ ବୋଲି ସେମାନେ ଆଶାପୋଷଣ କରୁଛନ୍ତି। ଉଦ୍ୟମ ଥିଲେ ସଫଳତା ମିଳେ। ଏହି ଉକ୍ତିକୁ ଯଥାର୍ଥରେ ପ୍ରତିପାଦନ କରି ଅନ୍ୟମାନଙ୍କ ପାଇଁ  ପ୍ରେରଣା ଦେଇଛନ୍ତି ଅର୍ଜୁନ କହଁରଙ୍କ ପରିବାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe