ଅପ୍ଲାଏଡ଼ ଫିଜିକ୍ସ କ୍ଷେତ୍ରରେ ବିଶ୍ବର ଶ୍ରେଷ୍ଠ ଦୁଇ ପ୍ରତିଶତ ବୈଜ୍ଞାନିକ ତାଲିକାରେ ବୌଦ୍ଧର ପ୍ରଫେସର କରୁଣାକର ନନ୍ଦ

Advertisment
ଅପ୍ଲାଏଡ଼ ଫିଜିକ୍ସ କ୍ଷେତ୍ରରେ ବିଶ୍ବର ଶ୍ରେଷ୍ଠ ଦୁଇ ପ୍ରତିଶତ ବୈଜ୍ଞାନିକ ତାଲିକାରେ ବୌଦ୍ଧର ପ୍ରଫେସର କରୁଣାକର ନନ୍ଦ

ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଖଟଖଟିଆ ଗାଁର ଦାମୋଦର ନନ୍ଦଙ୍କ ସୁପୁତ୍ର ପ୍ରଫେସର୍ ଡ଼. କରୁଣାକର ନନ୍ଦ ବୌଦ୍ଧ ପାଇଁ ଗୌରବ ଆଣି ଦେଇଛନ୍ତି। ଆମେରିକାର ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟ ତରଫରୁ ସଦ୍ୟ ପ୍ରକାଶିତ ଅପ୍ଲାଏଡ଼ ଫିଜିକ୍ସ କ୍ଷେତ୍ରରେ ବିଶ୍ବର ଶ୍ରେଷ୍ଠ ଦୁଇ ପ୍ରତିଶତ ବୈଜ୍ଞାନିକ ମଧ୍ୟରେ ତାଂକର ନାମ ରହିଛି।

ମାଟେରିଆଲ୍ସ ରିସର୍ଚ ସେଣ୍ଟର, ଭାରତୀୟ ବିଜ୍ଞାନ ସଂସ୍ଥାନର ଅଧ୍ୟକ୍ଷ ଥିବା ପ୍ରଫେସର୍ ନନ୍ଦ ତାଙ୍କର ପ୍ରାଥମିକ ଶିକ୍ଷା ଖଟଖଟିଆ ଗାଆଁ ସ୍କୁଲରେ ଓ ହାଇସ୍କୁଲ ଶିକ୍ଷା ପଲସାଗୋରା ଉଚ୍ଚ ବିଦ୍ୟାଳୟରେ ଲାଭ କରିଥିଲେ। ସେହିପରି ସୋନପୁର କଲେଜ୍ ଓ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଉଚ୍ଚ ଶିକ୍ଷା ସମାପ୍ତ କରିଥିଲେ। ୨୦୦୫ ମସିହାରୁ ବାଙ୍ଗାଲୋର ଭାରତୀୟ ବିଜ୍ଞାନ ସଂସ୍ଥାନରେ କାର୍ଯ୍ୟ କରି ଆସୁଥିବା ପ୍ରଫେସର୍ ଶ୍ରୀନନ୍ଦ ୨୦ରୁ ଅଧିକ ପିଏଚଡି ଛାତ୍ର ଛାତ୍ରୀଙ୍କ ଗାଇଡ୍ ଭାବରେ ସୁନାମ ଅର୍ଜନ କରିଛନ୍ତି। ୨୦୦ରୁ ଅଧିକ ରିସର୍ଚ ପେପର୍ ପ୍ରସ୍ତୁତ କରିଛନ୍ତି।

ନାନୋ ଟେକ୍ନୋଲୋଜି ଓ ମାଟେରିଆଲ୍ସ କ୍ଷେତ୍ରରେ ଭାରତର ସେ ଜଣେ ଅଗ୍ରଣୀ ବୈଜ୍ଞାନିକ ଭାବରେ ପରିଚିତ। ତାଙ୍କର ଗବେଷଣା ପାଇଁ ଜାପାନ ଓ ଭାରତର ଅନେକ ଗବେଷଣା ସଂସ୍ଥା ତାଙ୍କୁ ସମ୍ମାନିତ କରିଛନ୍ତି। ତାଙ୍କର ଏ ସଫଳତାରେ ପରିବାର ବନ୍ଧୁ ବର୍ଗ ସମେତ ସମଗ୍ର କଣ୍ଟାମାଳ ବ୍ଲକ୍ ତଥା ବୌଦ୍ଧ ଜିଲ୍ଲାର ଜନସାଧାରଣ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe