Advertisment

ମମିତା ତାତିରେ ବିଜେପିର ବୌଦ୍ଧ ବନ୍ଦ: ସିବିଆଇ ତଦନ୍ତ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗିରଫ ଦାବି

Advertisment
ମମିତା ତାତିରେ ବିଜେପିର ବୌଦ୍ଧ ବନ୍ଦ: ସିବିଆଇ ତଦନ୍ତ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗିରଫ ଦାବି

ବୌଦ୍ଧ; ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ସିବିଆଇ ତଦନ୍ତ ସହ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଓ ଗିରଫ ଦାବିରେ ବୌଦ୍ଧ ଜିଲ୍ଲା ବିଜେପି ଶନିବାର ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ସକାଳ ୬ ଟାରୁ ଦଳୀୟ କର୍ମକର୍ତ୍ତାମାନେ ବୌଦ୍ଧ ସହରର ବ୍ରିଜ ଛକରେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଯାତାୟତ ଠପ ହୋଇ ଯାଇଛି।

ଜିଲ୍ଲା ଦେଇ କୌଣସି ଯାତ୍ରୀବାହୀ ବସ ଯାତାୟତ କରୁନାହିଁ। ବ୍ରିଜ ଛକର ସମସ୍ତ ରାସ୍ତାରେ ଛୋଟ ବଡ଼ ଯାନ ଅଟକି ରହିଛି। ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ତେବେ ଜରୁରୀକାଳୀନ ସେବା ଓ ଚିକିତ୍ସା ପାଇଁ ଯାତାୟତ କରୁଥିବା ଗାଡ଼ିକୁ ବନ୍ଦ ପରିସରଭୁକ୍ତ କରାଯାଇ ନାହିଁ।

କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗରେ ଘଟିଥିବା ମମିତା ମେହେର ହତ୍ୟା ମାମଲା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଘନିଷ୍ଠ ସଂପର୍କ ଥିବାରୁ ମନ୍ତ୍ରୀ ପଦରୁ ତାଙ୍କୁ ବହିଷ୍କାର ଓ ଗିରଫ ଦାବି କରିଛି ବିଜେପି। ବୌଦ୍ଧ ବିଜେପି ପକ୍ଷରୁ ଶୁକ୍ରବାର ଜିଲ୍ଲାର ସମସ୍ତ ମଣ୍ଡଳ ଅଧୀନରେ ଥିବା ଥାନା ଓ ଫାଣ୍ଡିରେ ମନ୍ତ୍ରୀଙ୍କ ଗିରଫ ଦାବିରେ ଏଫ୍‌ଆଇଆର୍‌ ଦାଖଲ କରାଯାଇଛି। ଏହାପରେ ଶନିବାର ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ଏ ନେଇ ଶୁକ୍ରବାର ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe