ବୌଦ୍ଧ : ରାଜ୍ୟ ଚେସ୍ ସଂଘ ଆନୁକୂଲ୍ୟରେ ଅନଲାଇନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଚେସ୍ ପ୍ରତିଯୋଗିତାର ୧୪ ବର୍ଷରୁ କମ୍ ବାଳିକା ବର୍ଗରେ ବୌଦ୍ଧ ଜିଲ୍ଲାର ଝିଅ ସାଞ୍ଚି ସାହୁ ସଫଳତା ହାସଲ କରିଛନ୍ତି। ଫଳରେ ସେ ଜାତୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟ ବିବେଚିତ ହୋଇ ବୌଦ୍ଧ ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି। ୧୯ ତାରିଖରୁ ଆରମ୍ଭ ହେବାକୁ ଥିବା ଜାତୀୟ ଚେସ୍ ପ୍ରତିଯୋଗିତାରେ ସେ ଓଡ଼ିଶାରୁ ପ୍ରତିନିଧିତ୍ବ କରିବେ।
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମୁସାଡ଼ ଗ୍ରାମର ନବନିତା ସାହୁ ଓ ସତ୍ୟ ସ୍ବରୂପ ସାହୁଙ୍କ ଝିଅ ସାଞ୍ଚି। ପୂର୍ବରୁ ବୌଦ୍ଧ ଓ ଫୁଲବାଣୀରେ ଅନୁଷ୍ଠିତ ପ୍ରତିଯୋଗିତା, ୨୦୧୮ରେ ସିବିଏସ୍ଇ ଇଷ୍ଟ ଜୋନ୍ର ୧୭ ବର୍ଷରୁ କମ ବର୍ଗରେ ରୌପ୍ୟ ପଦକ, ୧୪ ବର୍ଷରୁ କମ ବର୍ଗରେ କାଂସ୍ୟ ପଦକ, ସିବିଏସ୍ଇସ୍ତରୀୟ ଜାତୀୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ସହ ଦିଲ୍ଲୀ, ଗୁରୁଗାଓଁ, ତ୍ରିପୁରାରେ ଅନୁଷ୍ଠିତ ଜାତୀୟ ଓ ରାଜ୍ୟସ୍ତରୀୟ ପତିଯୋଗିତରେ ଅଂଶଗ୍ରହଣ କରି ସଫଳତା ପାଇଛନ୍ତି। ସାଞ୍ଚିଙ୍କ ସଫଳତାରେ ଜିଲ୍ଲା ଚେସ୍ ସଂଘର ସଭାପତି ରଜନୀକାନ୍ତ ଦାସ, ଉପସଭାପତି ଶଶାଙ୍କ ଶେଖର ମିଶ୍ର, ରାଜ୍ୟ ସଂଘର କୋଷାଧ୍ୟକ୍ଷ ଶଙ୍କ ମିଶ୍ର ଶୁଭେଚ୍ଛା ଜଣାଇଛନ୍ତି।
Follow Us