୪୩ ଡିଗ୍ରିରେ ବୌଦ୍ଧ ସବୁଠୁ ଉତ୍ତପ୍ତ, ଖୋର୍ଧା, କଟକ ଓ ଢେଙ୍କାନାଳକୁ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ

Advertisment

୨୮ରୁ କାଳବୈଶାଖୀ ବର୍ଷା, କମିବ ତାପମାତ୍ରା

୨୮ରୁ କାଳବୈଶାଖୀ ବର୍ଷା, କମିବ ତାପମାତ୍ରା

୧୨୦ ବର୍ଷରେ ସବୁଠାରୁ ଅଧିକ ଗରମ : ରିପୋର୍ଟ

India Today

ଭୁବନେଶ୍ବର : ସୋମବାର ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ବୌଦ୍ଧଠାରେ ୪୩ ଡିଗ୍ରି ରେକର୍ଡ ହୋଇଛି। ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୪୨.୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଏହା ରାଜ୍ୟର ଦ୍ବିତୀୟ ଉତ୍ତପ୍ତ ସହର ଭାବେ ବୌଦ୍ଧ ତଳକୁ ରହିଛି। ଏଥିସହ ଅନୁଗୁଳ, ବଲାଙ୍ଗୀର, ଟିଟଲାଗଡ଼ ଓ ନୟାଗଡ଼ ଆଦି ସହରର ତାପମାତ୍ରା ୪୨ ଡିଗ୍ରି ଉପରେ ଥିବା ପାଣିପାଗ୍ର କେନ୍ଦ୍ର ସୂଚନା ଦେଇଛି।

ରବିବାର ଭଳି ସୋମବାର ମଧ୍ୟ ରାଜଧାନୀ ସମେତ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଆକାଶରୁ ନିଆଁ ବର୍ଷା ହୋଇଥିଲା। ଗତକାଲି ଅପେକ୍ଷା ସୋମବାର ଦିନ ରାଜଧାନୀ ଭୁବନେଶ୍ବରର ତାପମାତ୍ରା ସାମାନ୍ୟ କମ୍‌ ରହିଥିଲେ ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହ ରାଜଧାନୀବାସୀଙ୍କୁ ଅସ୍ତବ୍ୟସ୍ତ କରି ପକାଇଥିଲା। ଆଜି ମଧ୍ୟ ରାଜଧାନୀ ସମେତ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଏହାକୁ ନଜରରେ ରଖି କଟକ, ଖୋର୍ଧା ଓ ଢେଙ୍କାନାଳ ଆଦି ରାଜ୍ୟର ୩ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ବା ହିଟ୍‌ ୱେଭ୍‌ ୱାର୍ଣ୍ଣିଂ ଜାରି କରିଛି ଆ‌ଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଥିସହ ଏହି ସବୁ ଜିଲ୍ଲାରେ ବୟସ୍କ, ଛୋଟ ଛୁଆ ଓ ଅସୁସ୍ଥ ବ୍ୟକ୍ତିମାନଙ୍କୁ ମଧ୍ୟାହ୍ନ ସମୟରେ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।

କେନ୍ଦ୍ର କହିଛି, ସୋମବାର ଭଳି ମଙ୍ଗଳବାର ମଧ୍ୟ ଉପକୂଳର ଜିଲ୍ଲାଗୁଡ଼ିକରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଏହାପରେ ଧୀରେଧୀରେ ଉପକୂଳ ଓଡ଼ିଶା, ଏହାର ସଂଲଗ୍ନ ଜିଲ୍ଲା ଓ ପରେ ପରେ ସାରା ଓଡ଼ିଶାରେ ତାପମାତ୍ରା କମିବାରେ ଲାଗିବ। ୨୮ ତାରିଖଠାରୁ ରାଜ୍ୟରେ କାଳବୈଶାଖୀ ନେଇ ଅନୁକୂଳ ବାତାବରଣ ସୃଷ୍ଟି ହେଉଥିବାରୁ ୨୮, ୨୯ ଓ ୩୦ ତାରିଖ ଆଡ଼କୁ ରାଜ୍ୟରେ ବର୍ଷା ହେବ। ଫଳରେ ପାଗ ଥଣ୍ଡା ରହିବ। ଏପରିକି ଆସନ୍ତାକାଲି ମଧ୍ୟ ମାଲକାନଗିରି, ‌କୋରାପୁଟ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝର ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe